।। ଥୁଆପାଡି ଗ୍ରାମ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଓ ଅମ ଓଡିଶା ନବୀନ ଓଡିଶା କାର୍ଯ୍ୟ କ୍ରମ ଅନୁଷ୍ଠିତ ।।

Feb 1, 2024 - 10:12
 0  8
।। ଥୁଆପାଡି ଗ୍ରାମ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଓ ଅମ ଓଡିଶା ନବୀନ ଓଡିଶା କାର୍ଯ୍ୟ କ୍ରମ ଅନୁଷ୍ଠିତ ।।

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଥୁଆପାଡି ଗ୍ରାମ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ଥୁଆପାଡି ଗ୍ରାମ ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ ତଥା ଗ୍ରାମ ଅଞ୍ଚଳରେ ଭିତି ଭୂମିରେ ଵିକାଶ ଓ ରାଜ୍ୟ ସରକାରଙ୍କର ପ୍ରୟାସ ନେଇ କିପରି ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଧାର୍ମକ ସ୍ଥିତ ଗୁଡିକ ରୁପାନ୍ତର କରଣ କ୍ରୀଡା ଭିତ୍ତିଭୂମି ଵିକାଶ ଐତିକ ଭିତ୍ତିଭୂମି ଵିକାଶ ଓ ସୁଗମ ପରିବହନ ହୋଇଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵ ଏହି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ସ୍ଥାନୀୟ ଥୁଆପାଡି ସ୍କୁଲ ସମ୍ମୁଖୀନ ଖେଳ ପଡ଼ିଆରେ ଶୁଭlରମ୍ଭ ହୋଇଛି l ଗୋଟିଏ ଦିନ ଚାଲିବlକୁ ଥିବା ଏହି କାର୍ଯ୍ୟକ୍ରମ କୁ ବ୍ଲକ ଅଧ୍ୟକ୍ଷା ଯୋଶଦା ହୁଇକା, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ,ବ୍ଲକ ଉପାଧ୍ୟକ୍ଷ ଦେଵୀ ପ୍ରସାଦ ପଟ୍ଟନାୟକ, ସରପଞ୍ଚ କବିତା ନିଶିକା, ପଞ୍ଚାୟତ ନିର୍ବାହ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବ୍ରହ୍ମା ମୁଖ୍ୟ ଅତିଥିଭାବେ ଯୋଗଦାନ କରି ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ପୁଷ୍ପ ମାଲ୍ୟାର୍ପଣ ଦୁପ ଦୀପ ଦେଇ ଶୁଭାରମ୍ଭ କରିଥିଲେ ।ଏବଂ ଥୁଆପାଡି ପଞ୍ଚାୟତର ବିଭିନ୍ନ ଗାଁ ରୁ ମହିଳା ଓ ପୁରୁଷ ଆଶା ଦିଦି,ମିଶନ ଶକ୍ତି, ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସହଯୋଗ କରିଥିଲେ।ନୃତ୍ୟ ଓ ଭଜନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତା ମାନଙ୍କୁ ଉତ୍ସାହିତ କରିଥିଲେ l ସେହିପରି ସ୍ଥାନୀୟ ସରପଞ୍ଚ କବିତା ନିଶିକା,ସମିତି ସଭ୍ୟ ,ପିଓ ରାଜେନ୍ଦ୍ର ପ୍ରସାଦ ବ୍ରହ୍ମା ଓ ଜି ଆର ଏସ ମାନେ ପ୍ରମୁଖ ଯୋଗଦାନ କରିଥିଲେ l ଏହି ଆମ ଓଡିଶା ନବୀନ ଓଡିଶା ଉତ୍ସବରେ ଥୁଆପାଡି ପଞ୍ଚାୟତ ନୃତ୍ୟ ପ୍ରତିଯୋଗିତା ମାନଙ୍କୁ ଵି ଡି ଓ ସଦାଶିବ ନାୟକ ଅଧ୍ୟକ୍ଷା ଯୋଶଦା ହୁଇକା , ସ୍ଥାନୀୟ ସରପଞ୍ଚ କବିତା ହୁଇକା,ଓ ସମିତି ସଭ୍ୟଙ୍କ, ଏହି ନୃତ୍ୟ ପ୍ରତିଯୋଗିତା ମାନଙ୍କୁ ସିଲି ପୁରସ୍କାର ପ୍ରଦାନ କରିଥିଲେ। ଅଙ୍ଗନୱାଡି ଓ ଆଶା କର୍ମୀ ,କୂଷି ମିତ୍ର, ପ୍ରାଣୀ ମିତ୍ର ଏବଂ ଏ ଏସେ ଜି ଗ୍ରୁପ୍ ମହିଳା କାର୍ଯ୍ୟକ୍ରମ ଟିକୁ ସହୋଯୋଗ କରିଥିଲେ ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ