ତେନ୍ତୁଳିଖୁଣ୍ଟି ଠାରେ "ସକ୍ଷମ" ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

Sep 7, 2025 - 11:54
 0  32
ତେନ୍ତୁଳିଖୁଣ୍ଟି ଠାରେ "ସକ୍ଷମ" ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୭.୦୯.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ପୂଜାରିଗୁଡା ପଞ୍ଚାୟତ ଠାରେ "ସକ୍ଷମ" ବ୍ଲକ୍ ସଙ୍ଗଠନ ନେଇ ଆଲୋଚନା ହୋଇଥିଲା ! ମୁଖ୍ୟ ଅତିଥି ସକ୍ଷମ ଜିଲ୍ଲା ସଭାପତି ସୁଜିତ କୁମାର ରଥ ଓ ସମ୍ମାନିତ ଅତିଥି ଜିଲ୍ଲା ସକ୍ଷମ ସଚିବ ଶ୍ରୀ ଏ ସୁରେଶ ଉପସ୍ଥିତ ଥିଲେ ! ଲୋକଙ୍କୁ ସକ୍ଷମ ର ଲକ୍ଷ୍ୟ କଣ ରହିଛି ତାହା ବିଷୟ ରେ ଅବଗତ କରା ଗଲା ! ସମସ୍ତେ ସକ୍ଷମ ସହ ଜଡ଼ିତ ହୋଇ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ! ତା ସହିତ ରାଷ୍ଟ୍ରୀୟ,ନେତ୍ରଦାନ ଜାଗୃତି ପଖୱାଡା ବିଷୟ ରେ ଆଲୋଚନା କରାଯାଇଥିଲା ! ସେଥି ମଧ୍ୟରୁ ୨/୩ ଜଣ ଇଛା ପ୍ରକାଶ କରିଥିଲେ ! ଜଣେ ନେତ୍ର ଦାନ କରିବା ଦ୍ୱାରା ଅନ୍ୟ ଜଣେ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ଙ୍କ ଜୀବନ ରେ  ଆଶା ର ଆଲୋକ ପ୍ରତିଫଳିତ ହେବ ବୋଲି ସକ୍ଷମ ଜିଲ୍ଲା ସଭାପତି ରଥ ପ୍ରକାଶ କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ତେନ୍ତୁଳିଖୁଣ୍ଟି ବ୍ଲକ୍ ର ୧୫ ଗୋଟି ପଞ୍ଚାୟତ ନେତୃତ୍ବ ନେଉଥିବା ପୁଷ୍ପେନ୍ଦ୍ର ସିଂ, କୁନୁ କନ୍ଦପାନ, ରତନ ଜାନୀ, ଅଲେଖ ଟାକ୍ରୀ , ରତନ ନାୟକ, କେଶବ ମାଳି, କାର୍ଯ୍ୟକ୍ରମ କୁ ତେନ୍ତୁଳିଖୁଣ୍ଟି ବ୍ଲକ ସକ୍ଷମ କାର୍ଯ୍ୟକାରି ସଭାପତି ଦିଲିପ କୁମାର ସୁନା ଅତିଥି ଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ