।। ତୁଷୁରା ଉଡାଜାହାଜ ପଡିଆ ହେବ ଉନ୍ନତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଭିତ୍ତିପ୍ରସ୍ତର ସ୍ଥାପନ ।।

Nov 2, 2024 - 16:25
 0  33
।। ତୁଷୁରା ଉଡାଜାହାଜ ପଡିଆ ହେବ ଉନ୍ନତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଭିତ୍ତିପ୍ରସ୍ତର ସ୍ଥାପନ ।।

ବଲାଙ୍ଗୀର ଜିଲ୍ଲା ର ଏକ ମାତ୍ର ଉଡାଜାହାଜ ପଡ଼ିଆ ୧୯୬୬ ରେ ସ୍ଥାପିତ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ରୁ ଅବହେଳିତ ଅବସ୍ଥାରେ ପଡିରହିଥିଲା। ବଲାଙ୍ଗୀର ଜିଲ୍ଲା, କଳାହାଣ୍ଡି ଏବଂ ସୋନପୁର ଜିଲ୍ଲା କୁ ଯେଉଁ ମନ୍ତ୍ରୀ କି ରାଜନେତାମାନେ ଉଡାଜାହାଜ ରେ ଗସ୍ତ କରିଥାନ୍ତି ଏହି ତୁଷୁରା ଉଡାଜାହାଜ ପଡ଼ିଆରେ ଅବତରଣ କରିଥାନ୍ତି ଏବଂ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। କିନ୍ତୁ ଏହି ଉଡାଜାହାଜ ପଡିଆ କୁ ଅବହେଳିତ ଭାବରେ ଛାଡି ଦିଆଯାଇଥିଲା। ଯାହାଫଳରେ ବର୍ତ୍ତମାନ ବିଜେପି ସରକାର ଉନ୍ନତି କରିବା ପାଇଁ ଅଣ୍ଟା ଭିଡିଛି ଏବଂ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗିର ଜିଲ୍ଲା କୁ ପ୍ରଥମ କରି ଯେଉଁ ଗସ୍ତ କରିଛନ୍ତି। ଏହି ଉଡାଜାହାଜ ପଡିଆ ଉନ୍ନତି କରଣ ପାଇଁ ୬୫ କୋଟି ଟଙ୍କା ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଙ୍ଗୀତା ସିଂ ଦେଓ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଟିଟିଲାଗଡ ବିଧାୟକ ନବିନ ଜୈନ ଉପସ୍ଥିତ ଥିଲେ।ଫଳରେ ଯେଉଁ ସାଧାରଣ ବଲାଙ୍ଗୀର ବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ଥିଲା ଉଡାଜାହାଜ ରେ ବସି ଅଳ୍ପ ସମୟରେ ବିଭିନ୍ନ ସ୍ଥାନରେ ପହଞ୍ଚିବା ନିଜର ଜରୁରୀ କାମ କରିବା ପାଇଁ ତାହା ପୂରଣ ହେବାକୁ ଯାଉଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିସାରିବା ପରେ ଏଠାରୁ ଅନ୍ୟଗୋଟିଏ ହେଲିକେପ୍ଟରରେ ରେ ପାଟନାଗଡ ସ୍ଥିତ ବେଳପଡା କୁ ଗସ୍ତ କରିଛନ୍ତି ପରେ ଆଜି ସଂଧ୍ୟା ସମୟରେ ବଲାଙ୍ଗୀର ଦିନ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।

 ତୁଷୁରା ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ