।। ତିନି ଜଣ ଶିକ୍ଷକ ଥାଇ ମଧ୍ୟ ସ୍କୁଲ ରେ ପଡ଼ିଲା ତାଲା ।।

Nov 7, 2024 - 23:13
 0  36
।। ତିନି ଜଣ ଶିକ୍ଷକ ଥାଇ ମଧ୍ୟ ସ୍କୁଲ ରେ ପଡ଼ିଲା ତାଲା ।।

୦୭/୧୧/୨୦୨୪-ଫାଷ୍ଟ ନ୍ୟୁଜ ଓଡ଼ିଶା (କଳାହାଣ୍ଡି-ଅତିରିକ୍ତ ଜିଲ୍ଲା ପ୍ରତିନିଧି-ବାବୁଲି ହରିଜନ)ତିନି ଜଣ ଶିକ୍ଷକ ଥାଇ ମଧ୍ୟ ସ୍କୁଲ ରେ ପଡ଼ିଲା ତାଲା ।କାହାର ଛତ୍ରଛାୟାରେ ଚାଲିଛି ଏଭଳି ଦୁର୍ବ୍ୟବହାର ଯାହା ଆଜିର କୁନା କୁନି ଛାତ୍ରଛାତ୍ରୀ ମାନଙ୍କ ଭବିଶ୍ଵତ୍ କୁ ଜାଣିଶୁଣି ଅନ୍ଧକାର ରେ ଠେଲି ଦିଆ ଯାଉଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠି ଶିକ୍ଷା କେନ୍ଦ୍ର ଅଧୀନରେ ଥିବା ତୁମରିଖୋଲ ପ୍ରାଥମିକ ବିଦ୍ୟାଳୟ ରେ ଦେଖିବାକୁ ମିଳୁଛି ଏଭଳି ଅଭାବନୀୟ ଘଟଣା। ସେହି ସ୍କୁଲ ଠାରେ ୩ଜଣ ଶିକ୍ଷକ ନିଯୁକ୍ତି ହୋଇଥିବା ବେଳେ ଜଣେ ମାତ୍ର ଶିକ୍ଷକ ପ୍ରମଦ ପାଣିଗ୍ରାହୀ ପ୍ରତିଦିନ ଆସି କ୍ଲାସ କରନ୍ତି ।ଗ୍ରାମ ବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ ନ କରୁଥିବାରୁ ଗତକାଲି ବୁଧବାର 06/11/2024 ରେ ପ୍ରମୋଦ ପାଣିଗ୍ରାହୀ ଛୁଟି ନେଇ ଥିଲେ, ହେଲେ ଦୁଇ ଜଣ ଶିକ୍ଷକ ଙ୍କ ଅନୁପସ୍ଥିତ ଦେଖି ଗ୍ରାମବାସୀ ଉପର ପକ୍ଷ କୁ ଜଣାଇଥିଲେ । ଯାହାଫଳରେ ସି ଅର୍ ସି ଡେପୁଟି ଶିକ୍ଷକ ଜଣକୁ ନେଇ ଆସିଥିଲେ ସେଇଟା ପୁଣି ଦିନ ୧୨ ଟା ପରେ ଯାହାଫଳରେ ଦିନ ୧୨ ଘଣ୍ଟା ମଧ୍ୟାହ୍ନ ପରେ ବିଦ୍ୟାଳୟକୁ ଗ୍ରାମବାସିମାନେ ତାଲା ପକାଇ ଦେଇଥିଲେ। ଯେ ପର୍ଯ୍ୟନ୍ତ ଏହି ଅନିୟମିତତା ର ସମ୍ପୁର୍ଣ୍ଣ ସମାଧାନ ନହୁଏ ସେ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବ , ଖାଲି ସେତିକି ନୁହଁ ବିଦ୍ୟାଳୟ କୁ ଛାତ୍ରଛାତ୍ରୀ ଙ୍କ ପାଇଁ ସରକାର ଙ୍କ ନିୟମ ଅନୁସାରେ ଆସୁଥିବା ପଇସା, ଡ୍ରେସ ଓ ମଧ୍ୟାହ୍ନ ଭୋଜନରେ ମଧ୍ୟ ଅନିୟମିତତା ଅଭିଯୋଗ ଆସିଛି ଯାହାକି ନିଜେ ସେହି ବିଦ୍ୟାଳୟର ସଭାପତି ଙ୍କ ଅଜାଣତରେ ସବୁ ଶିକ୍ଷକଙ୍କ ଭିତିରିଆ ମୋନମୁଖିଭାବେ ଚାଲିଛି । ଏଭଳି ଅତ୍ୟାଚାର କୁ ଆଖିଆଗରେ ରଖି ବ୍ଲକ ଶିକ୍ଷା ଉନ୍ନୟନ ଅଧିକାରି କଣ ପଦକ୍ଷେପ ନେଉଛନ୍ତି ନା ଘଣ୍ଟ ଘଡ଼ାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ