ତାର୍ଲାକୋଟା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

Sep 24, 2025 - 19:18
 0  35
ତାର୍ଲାକୋଟା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

ମାଲକାନଗିରି, ୨୪/୯/୨୫: ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଆଜି ଜିଲ୍ଲାପାଳ କୋରକୁଣ୍ଡା ବ୍ଳକ୍ ଅନ୍ତର୍ଗତ ତାର୍ଲାକୋଟା ଗ୍ରାମ ପଞ୍ଚାୟତ ଗସ୍ତ କରି ସେଠାକାର ବାର୍ଷିକ କାର୍ଯ୍ୟ ତଦାରଖ କରିଥିଲେ I ଏହାପରେ ଜିଲ୍ଲାପାଳ ତାର୍ଲାକୋଟା ଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ସେହିପରି ତାର୍ଲାକୋଟା ଏବଂ ତାର୍ଲାକୋଟା -ବି ଗ୍ରାମର ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀଙ୍କ ସହ କଥା ହୋଇଥିଲେ ଜିଲ୍ଲାପାଳ।

ସେଠାରେ ପି.ଏମ୍ ଜନ୍ ମନ୍ ଯୋଜନା ଅଧୀନରେ ଚାଲିଥିବା ଗୃହ ନିର୍ମାଣ କାର୍ଯ୍ୟ ବୁଲିଦେଖିବା ସହ ଲୋକଙ୍କ ସହ କଥା ହୋଇଥିଲେ I ସୂଚନା ଥାଉ କି ଲୋକଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନାର ସୁବିଧା ପହଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି ଜିଲ୍ଲାପାଳ। ଏଣୁ ଅଭିନବ ପଦକ୍ଷେପ ସ୍ୱରୂପ ଅପହଞ୍ଚ ଅଞ୍ଚଳର ଗ୍ରାମ ପଞ୍ଚାୟତ ମାନଙ୍କରେ ପ୍ରଥମ ଥର ପାଇଁ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆୟୋଜନ କରାଯାଇଛି। ତା ସାଙ୍ଗକୁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇ ତୁରନ୍ତ ଘଟଣା ସ୍ଥଳରେ ଅନଲାଇନ୍ ସୁବିଧା ମାନ ଯୋଗାଇ ଦିଆଯାଉଛି। ଏହି ଗସ୍ତ ସମୟରେ କୋରକୁଣ୍ଡା ବିଡିଓ ଅମୂଲ୍ୟ ସାହୁ ଓ ବ୍ଳକର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ