।। ତଲନାଗୀରେ ପଞ୍ଚାୟତ ସ୍ତରୀୟ "ଆମ ଓଡିଶା ନବୀନ ଓଡିଶା"ର ସଚେତନ ଶିବିର ।।

Feb 14, 2024 - 12:02
 0  8
।।  ତଲନାଗୀରେ ପଞ୍ଚାୟତ ସ୍ତରୀୟ "ଆମ ଓଡିଶା ନବୀନ ଓଡିଶା"ର ସଚେତନ ଶିବିର ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତ ଠାରେ ଅନୁଷ୍ଠିତ "ଆମ ଓଡିଶା ନବୀନ ଓଡିଶା" ର ପଞ୍ଚାୟତ ସ୍ତରୀୟ ସଚେତନ ଶିବିର ଜଗବନ୍ଧୁ ସାନ୍ତାଙ୍କ ଅଧ୍ଯକ୍ଷତାରେ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଉପାଧ୍ଯକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ, ସମ୍ମାନିତ ଅତି ଭାବେ ଜିଲ୍ଲା ପରିଷଦ ସଭ୍ଯା ପ୍ରମୀଳା ମାଝୀ, ବିଜେଡି ଛାତ୍ର ଯୁବ ସଭାପତି ଶ୍ରୀ ସୁଜନ କୁମାର ନାଏକ ସମେତ୍ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ରହିଥିଲେ। ସରକାରଙ୍କ ପକ୍ଷରୁ ଯାହାସବୁ ଯୋଜନା ପ୍ରସ୍ତୁତ କରିଛନ୍ତି ସେହି ସବୁ ଯୋଜନା ଲୋକଙ୍କ ପାଖକୁ ପହଞ୍ଚୁଛି ସେହି ଯୋଜନା ଉପରେ ନିଜ ନିଜ ବକ୍ତବ୍ୟରେ ପୁଙ୍ଖାନୁପୁଙ୍ଖ ଭାବରେ ଯୋଗଦାନ କରିଥିବା ଲୋକଙ୍କୁ ସଚେତନତା ସୃଷ୍ଟି କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଳକ କର୍ମଚାରୀ ନୋଡାଲ ଅଫିସର ଜେଇ ଶ୍ରୀ ସତ୍ଯନାରାୟଣ ବେହେରା, ସାମାଜିକ ସୂରକ୍ଷା ଅଧିକାରୀ ଶ୍ରୀ ସୁନାରାମ ସୋରେନ୍, ଜିପିଓ ଶ୍ରୀ ଜ୍ଞାନରଞ୍ଜନ ଭୋଇ, ଶ୍ରୀ ରାଜେନ୍ଦ୍ର ନାରାୟଣ ଦେବ ଉପସ୍ଥିତ ରହିଥିଲେ। ଶିବିରକୁ ତଲନାଗୀ ପଞ୍ଚାୟତର କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିଲୋଚନ ନାଏକ ଆୟୋଜନ କରିଥିବା ବେଳେ ପଞ୍ଚାୟତର ଅନ୍ଯାନ୍ଯ କର୍ମକର୍ତ୍ତା ସହଯୋଗ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ କଳାକାର ମାନଙ୍କ ଦ୍ବାର ନୃତ୍ୟ ପରିବେଷଣ ହୋଇଥିଲା। ଏଥିରେ ବିଭିନ୍ନ ବ୍ଯକ୍ତିତ୍ବ ଓ କୃତିତ୍ବ ହାସଳ କରିଥିବା ବ୍ଯକ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ସଚେତନ ଶିବିରରେ ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ଏହି ଶିବିରରେ ବ୍ଳକରେ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ବିଭାଗ ମଧ୍ୟରୁ ଉଦ୍ଯାନ ବିଭାଗ, ସମନ୍ବିତ ଶିଶୁ ବିକାଶ ଅଧିନରେ ଥିବା ଅଙ୍ଗନବାଡି ଷ୍ଟଲ, ଓଡିଶା ଜୀବିକା ମିଶନ ଶକ୍ତି ଷ୍ଟଲ, ବ୍ଳକ ପ୍ରାଣୀ ସମ୍ପଦ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଷ୍ଟଲ ସବୁ ଖୋଲାଯାଇ ଉପସ୍ଥିତ ଲୋକଙ୍କୁ ସଚେତନତା ସୃଷ୍ଟି କରିଥିଲେ, ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ