ତମ୍ବାଖୁ ବିକ୍ରି ବନ୍ଦ ପାଇଁ ଚଢ଼ଉ ସହ ଜାରୀମାନl ଆଦାୟ

ନୂଆପଡା ଜ଼ିଲ୍ଲା ସଦର ମହକୁମାରେ ଅବକାରୀ, ପୁଲିସ ଓ ସ୍ଵାସ୍ଥ ବିଭାଗ ପକ୍ଷରୁ ମିଳିତ ଭାବେ ତମ୍ବାଖୁ ବିକ୍ରି ହେଉଥିବା ବିଭିନ୍ନ ଦୋକାନ ଉପରେ ଚଢ଼ଉ କରାଇଥିଲା l ମୋଟ 22ଟି ଦୋକାନ ଉପରେ ଚଢ଼ଉ କରାଯାଇଥିବା ବେଳେ ସେଥି ମଧ୍ୟରୁ 8ଟି ଦୋକାନରୁ 3 ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା l ଏହା ସହ ଦୋକାନୀ ମାନକୁ ଆଗକୁ ତମ୍ବାଖୁ ବିକ୍ରି ନ କରିବାକୁ ସଚେତନ କରାଯାଇଥିଲା l ଚଢ଼ଉରେ ଅବକାରୀ ବିଭାଗ ଏସଆଇ ସଞ୍ଜୀବ ବେହେରା, ନୂଆପଡା ଥାନା ଏଏସଆଇ କୃପାସିନ୍ଧୁ ବାଗ, ସ୍ଵାସ୍ଥ ବିଭାଗର ଏନଟିସିପିରୁ ସୁପ୍ରୀତ ପାତ୍ର ପ୍ରମୁଖ ସାମିଲ ଥିଲେ l
ନୂଆପଡା ରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର
What's Your Reaction?






