।। ଡ୍ରାଇଭର ଙ୍କୁ ଗୁରୁତର ଆକ୍ରମଣ ! ମହାସଂଘ ପକ୍ଷରୁ କାଶୀପୁର ଥାନାରେ ଅଭିଯୋଗ ।।

Jan 13, 2024 - 20:07
 0  9
।। ଡ୍ରାଇଭର ଙ୍କୁ ଗୁରୁତର ଆକ୍ରମଣ ! ମହାସଂଘ ପକ୍ଷରୁ କାଶୀପୁର ଥାନାରେ ଅଭିଯୋଗ ।।

ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସରମବାଇ ଛକ ରେ ଶୁକ୍ରବାର ଦିନ ଆକ୍ରମଣ ଘଟଣା ରେ ଦୁଇଜଣ ଗୁରୁତର ଥିବା ବେଳେ ଡ୍ରାଇଭର ଙ୍କୁ ମଧ୍ୟ ଅମାନୁଷିକ ଭାବେ ଆକ୍ରମଣ କରାଯାଇଥିଲା । ଏହାକୁ ନେଇ ରାଜ୍ୟ ଡ୍ରାଇଭର ମହାସଂଘ ରେ ଉଦ୍ବେଗ ପ୍ରକାଶ ପାଇଥିବାବେଳେ ଆଜି ଉକ୍ତ ଘଟଣା କୁ ନେଇ କାଶୀପୁର ଥାନା ରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଉକ୍ତ ଘଟଣାରେ ଦୁର୍ବୁତ୍ତ ଦ୍ୱାରା ଆକ୍ରମଣ ର ଶିକାର ହେଇଥିଲେ ନବକୁମାର ଗୌଡ଼। କିଛିଦିନ ଧରି ସୁଙ୍ଗେର ଅଞ୍ଚଳ ରେ କୌଣସି କାରଣରୁ ଅଶାନ୍ତ ର ପରିବେଶ ଜାରୀରହିଥିବା ବେଳେ ଲଗାତାର ଭାବେ ବିଭିନ୍ନ ଆକ୍ରମଣ ଭଳି ଘଟଣା ସମ୍ପର୍କରେ କାଶୀପୁର ଥାନା ରେ ତିନଟି ଲିଖିତ ଅଭିଯୋଗ ହେଇଅଛି । ପ୍ରକାଶ ଥାଉଛି ଶୁକ୍ରବାର ଦିନ ମଇତ୍ରୀ କମ୍ପାନୀ ର ଦୁଇ କର୍ମଚାରୀ ଏକ ବୋଲେରୋ ଗାଡ଼ିରେ ସୁଙ୍ଗେର ଅଞ୍ଚଳ ରୁ ଟିକିରି ଅଭିମୁଖେ ଆସୁଥିଲେ । ସେ ସମୟ ରେ ପ୍ରାୟ ୨୦ ଟି ବାଇକ ରେ କିଛି ଦୁର୍ବୁତ୍ତ ଆସି ସରମବାଇ ଛକ ଠାରେ ଉକ୍ତ ବୋଲେରୋ କୁ ଅଟକାଇ ଘଟଣା ସମ୍ପର୍କରେ କିଛି ବୁଝିବା ପୂର୍ବରୁ ଆକ୍ରମଣ ଆରମ୍ଭ କରିଦେଇଥିଲେ । ଏଥିରେ ଉକ୍ତ କର୍ମଚାରୀ ଲହୁଲୁହଣ ଅବସ୍ଥାରେ କାଶୀପୁର ମେଡିକାଲ ଓ ପରବର୍ତ୍ତୀ ସମୟରେ ବିଶାଖାପାଟଣା ଭର୍ତ୍ତି ହେଇଯାଇଥିବା ବେଳେ ନବକୁମାର ଗୌଡ଼ କୁ ଖବର ପାଇ ଡ୍ରାଇଭର ସଂଘ ସଦସ୍ୟ ଘଟଣା ସ୍ଥଳରୁ ଉଦ୍ଧାର କରିଥିଲେ । ଉକ୍ତ ଘଟଣା କୁ ନେଇ ସାରରାଜ୍ୟ ର ଡ୍ରାଇଭର ସଂଘ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଥିବାବେଳେ ଆଜି କାଶୀପୁର ଡ୍ରାଇଭର ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ପରେ ଶତାଧିକ ଡ୍ରାଇଭର ଙ୍କ ଉପସ୍ଥିତି ରେ କାଶୀପୁର ଥାନା ରେ ପହଞ୍ଚି ଉକ୍ତ ଘଟଣା ରେ ସମ୍ପୃକ୍ତି ବ୍ୟକ୍ତି ମାନଙ୍କୁ ତଦନ୍ତ ପରେ ଗିରଫ ପାଇଁ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ପ୍ରଦାନ ସମୟ ରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘ ଉପସଭାପତି ଜଗନ୍ନାଥ ତୁରୁକ, କାମଲେ ନାଏକ, ଅମର ଗୋପାଳ ,ପରମେଶ୍ୱର ମାଝି, ଧନ ମାଝି, ପ୍ରମୁଖ ଉପସ୍ଥିତ ଥିଲେ ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ