ଡ୍ରଗ୍ଧ ନିରୀକ୍ଷକଙ୍କୁ ଆକ୍ରମଣ ଘଟଣା ମୟୂରଭଞ୍ଜ କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ତରଫରୁ ଆନ୍ଦୋଳନ ଚେତାବନୀ ଅଭିଯୁକ୍ତ ଦ୍ଵୟଙ୍କୁ ଗିରଫ କରିବାରେ ପୋଲିସ ବିଫଳ
ବାରିପଦା ତା ୧୩/୧୨(ପି. ଏନ. ଏସ.) ବୈଶିଙ୍ଗା ଠାରେ ମୟୂରଭଞ୍ଜ ଡ୍ରଗ୍ସ ନିରୀକ୍ଷକ ଦିବ୍ୟରଞ୍ଜନ ନାୟକଙ୍କୁ ଆକ୍ରମଣ ଘଟଣାକୁ ଦଶ ଦିନରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହୋଇଥିବାରୁ ଆଜି ମୟୂରଭଞ୍ଜ କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ତରଫରୁ ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି ଙ୍କୁ ଭେଟି ଏକ ଦାବିପତ୍ର ଦେବା ସହିତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାନଗଲେ ସଙ୍ଘ ତରଫରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି. ସୂଚନା ମୁତାବକ ବୈଶିଙ୍ଗା ବଜାରସ୍ଥ ମା’ଦୁର୍ଗା ଫିଡ ନାମକ ଏକ ଗୋଖାଦ୍ୟ ଦୋକାନରେ ବେଆଇନ ଔଷଧ କାରବାର ନେଇ ଡ୍ରଗ ଇନ୍ସପେକ୍ଟର ଦିବ୍ୟରଞ୍ଜନ ନାୟକ ଚଢ଼ାଉ କରିଥିଲେ. ଏଥିରେ ଉତକ୍ଷିପ୍ତ ହୋଇ ଦୋକାନୀ ରଞ୍ଜନ ନାୟକ ଓ ଘର ମାଲିକଙ୍କ ପୁଅ ଉତ୍ସର୍ଗ ବେହେରା ଉଭୟ ଅସଭ୍ୟ ଆଚରଣ ସହ ଡ୍ରଗ୍ଧ ନିରୀକ୍ଷକ ଶ୍ରୀ ନାୟକଙ୍କୁ ଧକ୍କା ମାରି ଥିଲେ. ଏହି ଘଟଣାକୁ ମୟୂରଭଞ୍ଜ ଔଷଧ ବ୍ୟବସାୟୀ ସଂଘ ତରଫରୁ ଘୋର ନିନ୍ଦା କରାଯାଇ ଅଭିଯୁକ୍ତ ଦ୍ଵୟଙ୍କ ପ୍ରତି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି. ସଂଘର ନିଷ୍ପତ୍ତି କ୍ରମେ ସଭାପତି ବିକାଶ ରଞ୍ଜନ ମହାନ୍ତଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲିଙ୍କୁ ଭେଟି ଖୁବ ଶୀଘ୍ର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଔଷଧ ବ୍ୟବସାୟୀ ସଂଘ ଜିଲ୍ଲା ତମାମ ଔଷଧ ଦୋକାନ ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0