।। ଡିଏଚଏଚକୁ ଆସିଲା ଆଉ ଏକ ଡାଇଲିସିସ ମେସିନ ।।
ନୂଆପଡା : ନୂଆପଡା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଏକ ଡାଇଲିସିସ ମେସିନ ଉଦଘାଟିତ ହୋଇଯାଇଛି l ସିଡ଼ିଏମଓ ଡାକ୍ତର ଚୌଧରୀ ଶୋଭାରାଣୀ ମିଶ୍ରଙ୍କ ଅଧକ୍ଷ୍ୟତାରେ ଆୟୋଜିତ କାର୍ଯ୍ୟକ୍ରରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଏବଂ ସାଂସଦ ବସନ୍ତ ପଣ୍ଡା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପିତ କରିଥିଲେ l ବିଜେଡି ରାଜ୍ୟ ସଂପାଦକ ସରୋଜ ସାହୁ, ଜ଼ିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଭାନୁ ପ୍ରତାପ ସିଂ ମାଝୀ, ଯୁବ ବିଜେଡି ଜ଼ିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଡିଏମଓ ଡାକ୍ତର ସୁଧୀର ରଞ୍ଜନ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ପୂର୍ବରୁ ଗୋଟିଏ ମେସିନ ରହିଥିବାରୁ ଜ଼ିଲ୍ଲାର ବହୁ ରୋଗୀ ସେବାରୁ ବଂଚିତ ରହୁଥିଲେ l ଆଜି ଆଉ ଏକ ମେସିନ କାର୍ଯ୍ୟକ୍ଷମ ହେବାରୁ ବହୁ ରାଗି ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଢୋଲକିଆ ପ୍ରକାଶ କରିଛନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0