ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମୃତ
କୋଲାବିରା ୨୧ ।୧୧ (ଫାଷ୍ଟ ନ୍ୟୁଜ ଓଡିଶା): କୋଲାବିରା ଥାନା ଅନ୍ତର୍ଗତ ଜଳପଡା-ସମାସିଂହା ମଝି ନକଟି ବେରନା ନିକଟରେ ବିଳରୁ ଧାନକଟା କାମସାରି ଫେରୁଥିବା ସମୟରେ ସଂଧ୍ୟା ୫ଟା ପାଖାପାଖ ବିଲରୁ ଉଠି ମୁଖ୍ୟ ରାସ୍ତାକୁ ଟ୍ରାକ୍ଟରଟି ଚଢ଼ୁଥିବା ବେଲେ ଟ୍ରାକ୍ଟରରୁ ଖସି ସମାସିଂହା ଗ୍ରାମର ମହେନ୍ଦ୍ର ବନଛୋର (୪୦) ନାମକ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି । ଖସିପଡି ପ୍ରାଣ ହରେଇଥବା ଓଡି ୧୫ ଏ ଏବି ୮୯୩୯ ନମ୍ବର ବିଶିଷ୍ଟ ଟ୍ରାକ୍ଟର ଟି ବେଲମୁଣ୍ଡା ଗ୍ରାମର ସରିତା ନାୟକଙ୍କ ବୋଲି ଜଣାପଡିଛି । ଟ୍ରାକ୍ଟରରେ ବିଳରୁ ଧାନକଟା କାମସାରି ଫେରୁଥିବା ସମୟରେ ପାଖରେ ବସିଥିବା ଅନ୍ୟଜଣେ ଚାଲକ ଟ୍ରାକ୍ଟର ରୁ ଖସି ପ୍ରାଣ ହରେଇଥିବା ଜଣାପଡିଛି । ଘଟଣାକ୍ରମେ ବିଲରେ ନିଜ କାମସାରି ମହେନ୍ଦ୍ର ଉକ୍ତ ଟ୍ରାକ୍ଟରରେ ଚାଳକ ନିକଟରେ ବସି ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା,ଏବଂ ମହେନ୍ଦ୍ର ଗାଡିରୁ ଖସିପଡି ଟ୍ରାକ୍ଟର ଚକ ତଲକୁ ଆସିଯାଇଥିଲେ । ଖବରପାଇ କୋଲାବିରା ପୁଲିସ ଘଟଣାସ୍କୁଲକୁ ପହଂଚି ମହେନ୍ଦ୍ରକୁ କୋଲାବିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥୁଲା, ମାତ୍ର ଡାକ୍ତର ମହେନ୍ଦ୍ରକୁ ମୃତ ଘୋଷଣା କରିଥିଲେ । ପୁଲିସ ଟ୍ରାକ୍ଟରକୁ ଜବତ କରିବା ସହ ମୃତଦେହକୁ କୋଲାବିରା ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି ଆସନ୍ତାକାଲି ଶନିବାର ବ୍ୟବଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୁତ୍ରରୁ ପ୍ରକାଶ ।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ (ଫାଷ୍ଟ ନ୍ୟୁଜ ଓଡିଶା)
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0