।। ଟୋକି ମରା ପର୍ବର ପ୍ରଥମ ପର୍ବ ବାଲି କଢ଼ା ଓ ଗୁରୁମେ, ଦିଶାରୀ ଙ୍କୁ ସ୍ୱାଗତ ।।

May 12, 2024 - 10:00
 0  19
।। ଟୋକି ମରା ପର୍ବର ପ୍ରଥମ ପର୍ବ ବାଲି କଢ଼ା ଓ ଗୁରୁମେ, ଦିଶାରୀ ଙ୍କୁ ସ୍ୱାଗତ ।।

ଆଦିବାସୀ ଙ୍କ ଗଣପର୍ବ ହେଉଛି ଟୋକି ମରା ପର୍ବ ଏହି ପର୍ବ ଗୋଟିଏ ବର୍ଷ ପର୍ଯ୍ୟନ୍ତ ହୋଇଥିବା ବେଳେ ଏହି ପର୍ବ ପ୍ରଥମ ପର୍ବ ବାଳିକଢ଼ା ଓ ଗୁରୁମେ, ଦିଶାରୀ ଙ୍କୁ ସ୍ୱାଗତ କରାଯଇଛି l ଚଳିତ 2024/25 ମସିହାରେ କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅନ୍ତର୍ଗତ ହାରାମାଲ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମରେ ଏହି ପର୍ବ ଅନୁଷ୍ଠିତ ହେବାକୁ ଯାଉଛି l ତେଣୁ ଶନିବାର ଶୁଭ ଦିନ ଥିବାରୁ ଗ୍ରାମର ସମସ୍ତ ଜନସାଧାରଣ ନଡ଼ିଆ ଧୂପ, ଦୀପ, କୁକୁଡ଼ା, ସହ ଗାଁ ର ମଧ୍ୟ ଭାଗକୁ ବାଜା, ମହୁରୀ ସହ ଟୋକି ମରା ପର୍ବର ମୁଖ୍ୟ ପୂଜକ ଗୁରୁମେ ଓ ଦିଶାରୀ ଙ୍କୁ ପୂଜାପାଠ କରି ଗ୍ରାମର ଇଷ୍ଟ ଦେବତା ଖଣ୍ଡୁଆଳ ପୀଠକୁ ବରଣ କରି ଆଣିଥିଲେ l ପରେ ଗ୍ରାମର ନୂତନ ଖଣ୍ଡୁଆଳ ପୀଠ ପ୍ରତିଷ୍ଠା କରିବା ସହ ଗାଁ ର ଶତାଧିକ ଜନସାଧାରଣ ଙ୍କ ସହ ଗୁରୁମେ, ଦିଶାରୀ, ଯାନୀ, ବାଜା ମହୁରୀ ସହ ଏକ ଶୋଭାଯାତ୍ରା ରେ ବାହାରି ଗ୍ରାମର ଏକ ପୋଖରୀକୁ ଯାଇ ପୂଜାପାଠ କରି ସେହି ପୋଖରୀ ରୁ ବାଲିଗଜା ପାଇଁ କିଛି ବାଲି ସଂଗ୍ରହ କରି ଆଣି ପୂଜାପାଠ ମାଧ୍ୟମରେ ବାଲିରେ କିଳଷ ରୋପଣ କରିଥିବା ବେଳେ ଆସନ୍ତା ଶୁକ୍ରବାର, ଶନିବାର ଓ ରବିବାର 3 ଦିନ ପର୍ଯ୍ୟନ୍ତ ଗୁରୁମେ ପୂଜା ପାଠ କରିବା ସହ ଗାଁ ର ଛୋଟ ଛୋଟ ଭଉଣୀ ମାନଙ୍କୁ ନେଇ ନାଚିବେ l ଏହି କାର୍ଯ୍ୟକ୍ରମ ରେ ଗୁରୁମେ ପାନ ମାଝୀ, ଦିଶାରୀ ସୋନୁ ମାଝୀ, ଯାନୀ ଅଭି ମାଝୀ, ରାଜକୁମାର ମାଝୀ, ମୁଢ଼ିକା ମାର୍କଣ୍ଡ ମାଝୀ, ଗ୍ରାମ୍ୟ ଟୋକି ମରା କମିଟି ର ସଭାପତି ଲଳିତ ମୋହନ ଠାକୁର, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ସୁନାନୀ, ସାଧାରଣ ସମ୍ପାଦକ ସୌମ୍ୟରଂଜନ ଠାକୁର, ସମ୍ପାଦକ ରାମନାଥ ଶବର, ସହ ସମ୍ପାଦକ ସୁଧାଂଶୁ ଶବର, ଭୋଜରାଜ ଛତ୍ରିଆ, କୋଷାଧକ୍ଷ ମାଧବ ଗୌଡ଼, ଅନ୍ତରାମ ରାଉତ, ତଦାରଖ ସଭାପତି ହିମାଂଶୁ ଶବର,ଉପସଭାପତି ତାରାଚନ ଶବର, ଚକ୍ର ଗଉଡ଼, ଅଭିମନ୍ୟୁ ମାଝୀ, ପିତାମ୍ବର ଶବର,ସଦାଶିବ ରାଉତ,ଉପଦେଷ୍ଟା କମିଟି ବିଶ୍ୱନାଥ ଶବର, ଦୁର୍ଯ୍ୟୋଧନ ସୁନାନୀ, ଭୋକାଳୁ ହରିଜନ, ଗୁରୁବାରୁ ଶବର, ଶତ୍ରୁଘନ ରାଉତ, ମାଧବ ଠାକୁର, କାର୍ଯ୍ୟକାରୀ କମିଟି, ଥବିର ରାଉତ, ହେମନ୍ତ ଶବର, ବଳରାମ ଗଉଡ଼, ଦେବ ଶବର, ଦୟାଳୁ ଛତ୍ରିଆ, ମଙ୍ଗଳୁ ସୁନାନୀ, ଶିବ ମାଝୀ, ହେମ ଯାନୀ ପତି ଗଉଡ଼, ମହେନ୍ଦ୍ର ମାଝୀ, କୈଳାଶ ଶବର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ବିଶେଷ ସହଯୋଗ କରିଥିଲେ l

କଳାହାଣ୍ଡି ଜିଲ୍ଲା ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ ଫାଷ୍ଟ news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ