।। ଟିଟିଲାଗଡ ,୨୩ ତମ ଶୀତଳଷଷ୍ଠୀ ଉତ୍ସବ ଧୁମଧାମରେ ସମ୍ପନ୍ନ - ଦେବଦମ୍ପତିଙ୍କ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ।।

May 26, 2023 - 16:58
 0  14
।। ଟିଟିଲାଗଡ ,୨୩ ତମ ଶୀତଳଷଷ୍ଠୀ ଉତ୍ସବ ଧୁମଧାମରେ ସମ୍ପନ୍ନ - ଦେବଦମ୍ପତିଙ୍କ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ।।

ଟିଟିଲାଗଡ - ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡରେ ୨୩ ତମ ଶୀତଳ ଷଷ୍ଠୀ ମହୋତ୍ସବ କମିଟିର ଆବାହକ ତଥା ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ବରେ ହାଟପଦା ପଡ଼ା ଭାଗବତ ମନ୍ଦିର ସ୍ଥିତ ବିବାହ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କନ୍ୟା ପିତାମାତା ଭାବେ ଶ୍ରୀଯୁକ୍ତ ନିରାକାର ସରାଫ ଏବଂ ସହ ପତ୍ନୀ ରଶ୍ମିତା ସରାଫ ଏବଂ ବର ପିତାମାତା ଭାବେ ସତ୍ୟନାରାୟଣ ବାଗ ସପତ୍ନି ମାଳତୀ ବାଗ ହେବାର ସୌଭାଗ୍ୟ ଅର୍ଜନ ଲାଭ କରିଥିଲେ। ୨୩ ତାରିଖ ଦିନ ଦେବଦମ୍ପତିଙ୍କୁ ଉଭୟ ପକ୍ଷର ଲୋକେ ନିଜ ନିଜ ଘରକୁ ପୂଜାର୍ଚ୍ଚନା କରି ପାଛୋଟି ନେଇଥିଲେ। ୨୪ ତାରିଖ ସଂଧ୍ୟାରେ ପିତାମାତାଙ୍କ ଘରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ହାଟପଦା ପଡ଼ା ଭାଗବତ ମନ୍ଦିର ବିବାହ ମଣ୍ଡପ ନିକଟକୁ ପହଞ୍ଚିଥିଲେ। ବହୂ ଲୋକ ଭଗବାନଙ୍କ ଏହି ବରଯାତ୍ରୀରେ ସାମିଲ ହୋଇଥିଲେ, ଠିକାଦାର ପଡ଼ା ରାଧାକୃଷ୍ଣ ମନ୍ଦିର ସମ୍ମୁଖରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ ତରଫରୁ ସମସ୍ତଙ୍କୁ ସରବତ ବଣ୍ଟନ କରାଯାଇଥିଲା। ରାତିରେ ବିବାହ କାର୍ଯ୍ୟ ସମ୍ପର୍ନ୍ନ ହୋଇଥିଲା। ବିବାହ ସମ୍ପନ୍ନ ହେବା ପରେ ୨୫ ତାରିଖ ସଂଧ୍ୟାରେ ଦେବ ଦମ୍ପତିଙ୍କୁ ଏକ ଶୋଭାଯାତ୍ରାରେ ବାହାର କରି ପ୍ରଭୁ ମହାଦେବ ଓ ମାତା ପାର୍ବତୀଙ୍କ ଧବଳେଶ୍ଵର ମନ୍ଦିରରେ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଭୁ ଧବଳେଶ୍ୱରଙ୍କ ମନ୍ଦୀର ପ୍ରାଙ୍ଗଣରେ ହଜାର ହଜାର ଭକ୍ତଙ୍କ ନିମନ୍ତେ ଅର୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ଚଳିତ ବର୍ଷ ଭଳି ଆଗାମୀ ବର୍ଷ ଏହିଭଳି ସହଯୋଗ ସହରବାସୀ କରିଲେ ଆଗାମୀ ବର୍ଷ ଆହୁରି ଜୋରଦାର ପ୍ରସ୍ତୁତି କରାଯିବା ନେଇ କମିଟିର ଆବାହକ ଶ୍ରୀ ଶୁଭ୍ରାଂଶୁ ଦାସ କହିଥିଲେ। ଏହି ମହୋତ୍ସବକୁ ସଫଳ କରାଇବାରେ କମିଟି ଆବାହକ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଦାସ, ସଭାପତି ଶ୍ରୀପତି ସାହୁ, ସଂପାଦକ ସୁଧିର ଘଡେଇ, କମିଟିର ବରିଷ୍ଠ ସଦସ୍ୟ ଲିଙ୍ଗରାଜ ସାହୁ, ପ୍ରକାଶ ସରାଫ, ପ୍ରମୋଦ ସରାଫ, ପ୍ରଦୀପ ସାହୁ, କୃଷ୍ଣ ଚନ୍ଦ୍ର ସରାଫ, ଗୋରୀ ପଟ୍ଟନାୟକ, ପ୍ରଭାକର ସରାଫ,ପ୍ରଫୁଲ୍ଲ ବୁଡେକ୍, ଧଳା କାହ୍ନୁ ବୁଡେକ୍, ବିଶିକେଶନ ବେହେରା ଓ କମିଟିର ବହୂ ସଦସ୍ୟ ସହଯୋଗ କରିଥିଲେ।

ଟିଟିଲାଗଡରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ