।। ଟିଟିଲାଗଡ ଉପଖଣ୍ଡ ଡିଜିଟାଲ ମିଡିଆ ସଂଘ ଗଠିତ ।।

Feb 25, 2024 - 16:57
 0  55
।। ଟିଟିଲାଗଡ ଉପଖଣ୍ଡ ଡିଜିଟାଲ ମିଡିଆ ସଂଘ ଗଠିତ ।।

ମୁରିବାହାଲ (୨୫/୦୨/୨୪): ଟିଟିଲାଗଡ ଉପଖଣ୍ଡ ର ମୁରିବାହାଳ ପଞ୍ଚାୟତ ରାଜୀବ ଭବନ ଠାରେ ଉପଖଣ୍ଡ ର ଡିଜିଟାଲ ମିଡିଆ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହିତ ଟିଟିଲାଗଡ ଉପଖଣ୍ଡ ଡିଜିଟାଲ ମିଡିଆ ସଂଘ ଗଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ସତ୍ୟବ୍ରତ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଂଘ ଗଠନରେ ସନ୍ତୋଷ କୁମାର ପଟ୍ଟନାୟକ ସଭାପତି, ନବିନ କୁମାର ତାଣ୍ଡି ଉପସଭାପତି, ଭବାନୀ ପ୍ରସାଦ ଷଡ଼ଙ୍ଗୀ ସମ୍ପାଦକ, ବାଳକୃଷ୍ଣ ମିଶ୍ର ସହ ସମ୍ପାଦକ, ଏମ ଡି ସାହିଲ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ସତ୍ୟଜିତ ଷଡ଼ଙ୍ଗୀ, ବନ ବିହାରି ଯୋଶୀ, କୃଷ୍ଣ ଚନ୍ଦ୍ର ମାଝୀ, ପ୍ରଦୀପ କୁମାର ସାହୁ, ନୀଳାମ୍ବର ବେହେରା, ଖଗେଶ୍ବର ସାହୁ, ଦିନେଶ ଶର୍ମା, ସୁମନ୍ତ ମହାଲିଙ୍ଗ ପ୍ରମୁଖ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଓ ସତ୍ୟବ୍ରତ ପଣ୍ଡା ପରାମର୍ଶଦାତା ଭାବେ ମନୋନୀତ ହୋଇଛନ୍ତି। ଏହି ସଂଘ କୁ ଯଥାଶୀଘ୍ର ପଞ୍ଜିକରଣ କରାଯାଇ ଉପଖଣ୍ଡର ସମସ୍ତ ଡିଜିଟାଲ ମିଡିଆ ସାମ୍ବାଦିକଙ୍କୁ ସାମିଲ କରାଯିବ ଏହା ସହିତ ଡିଜିଟାଲ ମିଡିଆ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସ୍ବାର୍ଥ ଓ ସୁରକ୍ଷା କଥା ଚିନ୍ତା କରାଯିବ । କେବଳ ସାମ୍ବାଦିକ ମାନଙ୍କ ସ୍ବାର୍ଥ ନୁହେଁ ସମଗ୍ର ଟିଟିଲାଗଡ ଉପଖଣ୍ଡର ବିକାଶ ପାଇଁ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ହାତକୁ ନେବ ବୋଲି ନବ ନିର୍ବାଚିତ କର୍ମକର୍ତ୍ତା ମାନେ ଜଣାଇଛନ୍ତି ।

ବଲାଙ୍ଗୀର ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହ ବାଳକୃଷ୍ଣ ମିଶ୍ରଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ