ଜୟପାଟଣା ରେ ଧନୁଯାତ୍ରା ର ଶୁଭା ରମ୍ଭ

Jan 29, 2025 - 19:48
 0  37
ଜୟପାଟଣା ରେ ଧନୁଯାତ୍ରା ର ଶୁଭା ରମ୍ଭ

ଜୟପାଟଣା ୨୯-୦୧-୨୦୨୫(ଫାଷ୍ଟ ନ୍ୟୁଜ ଓଡ଼ିଶା /କଳାହାଣ୍ଡି-ଅତିରିକ୍ତ ଜିଲ୍ଲା ପ୍ରତିନିଧି-ବାବୁଲି ହରିଜନ)ପ୍ରଥମ ଥର ପାଇଁ ଜୟପାଟଣା ହାତୀ ସାଲ ପଡିଆ ଠାରେ ନେତାଜୀ କ୍ଳବ୍ ଆନୁକୁଲ୍ୟରେ ଧନୁଯାତ୍ରା ମହୋତ୍ସବ ର ଶୁଭାରମ୍ଭ ହୋଇଯାଇଛି। ଏହି ଯାତ୍ରା ତା ୨୮/୦୧/୨୦୨୫ ଠାରୁ ତା ୦୭/୦୧/୨୦୨୫ ରିଖ ପର୍ଯ୍ୟନ୍ତ ଚାଲିବ । ଧନଯାତ୍ରା ରେ ଅଭ୍ୟାଗତ ମାନଙ୍କ ପାଇଁ ଅନେକ ପ୍ରକାରର ଆକର୍ଷଣୀୟ ସାମଗ୍ରୀ ତଥା ମିନା ବଜାର ମଧ୍ୟ ଉପଲବ୍ଧ ରହିଛି । ଉଦ୍ଘାଟନି ଉତ୍ସବ ରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଡୋକରି ବୁଢ଼ୀ ଙ୍କ ପୂଜାର୍ଚ୍ଚନା ପରେ ଅତିଥି ମାନଙ୍କ ଦ୍ଵାରା ଫିତା କାଟି ମଞ୍ଚ ଶୁଭାରମ୍ଭ କରାଗଲା। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜୟପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଥବିର ବାଗ , ସମ୍ମାନିତ ଅତିଥି ଭାବରେ ଜୟପାଟଣା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶ୍ରୀ ମୌସୁମି ଡୋଙ୍ଗରି , ଜୟପାଟଣା ଗ୍ରା.ପ.ସମିତିସଭ୍ୟା ଶ୍ରୀମତୀ ରଶ୍ମିତା ଦୁରିଆ,ସମାଜସେବୀ ସତ୍ୟନାରାୟଣ ଅଗ୍ରୱାଲ, । ମଞ୍ଚର ସଭାପତି ଶ୍ରୀ ଶିବାନନ୍ଦ ବେନିଆ ତୁଲେଇ ଥିବା ବେଳେ,ଶ୍ରୀ ଅମିତ ଅଗ୍ରୱାଲ,ରାଜୁ ଅଗ୍ରୱାଲ,ସୁବାସ ଅଗ୍ରୱାଲ,ଆସିଶ ଅଗ୍ରୱାଲ,ମଧ୍ୟ ମଞ୍ଚା ସିନ ହୋଇଥିଲେ । ଶ୍ରୀ ଦିବାକର ପଟ୍ଟନାୟକ ମଞ୍ଚ ପରି ଚାଲନା ଭାର ସମ୍ଭାଳି ଥିଲେ। ଶ୍ରୀଯୁକ୍ତ ଯୁଧିଷ୍ଠିର ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ