ଜିଲ୍ଳା ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

Dec 3, 2025 - 19:36
 0  1
ଜିଲ୍ଳା ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

କଳାହାଣ୍ଡି ମକୁନ୍ଦ ନାଏକ:(ଫାଷ୍ଟ ନ୍ୟୁଜ ଓଡିଶା) ତା 03.12.2025 କଳାହାଣ୍ଡି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଆଜି ପାଳିତ ହୋଇଯାଇଛି। ଏହି ଅବସରରେ. ଜିଲ୍ଲାର ଭିନ୍ନକ୍ଷମ ମାନଙ୍କୁ ନେଇ ସକାଳେ ଏକ ୱାକଥନ ରେଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଠାରେ ସମାପ୍ତ ହୋଇଥିଲା । ଏହି ରେଲିରେ ଜିଲ୍ଲାର ବିଭିନ୍ନ ଭିନ୍ନକ୍ଷମ ସଂଗଠନ, ସ୍ବତନ୍ତ୍ର ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହ ଅନ୍ୟାନ୍ୟ ସଂଗଠନ ମାନେ ସାମିଲ ହୋଇଥିଲେ। ଏହି ରେଲିକୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ବାନ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲାର ସମସ୍ତ ସ୍ବତନ୍ତ୍ର ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀ, ଭିନ୍ନକ୍ଷମ ସଂଗଠନ ମାନଙ୍କର ସଦସ୍ୟ ସଦସ୍ୟା, ସ୍ବେଚ୍ଛାସେବୀ, ବୁଦ୍ଧିଜୀବୀ, ଅଭିଭାବକ ଯୋଗ ଦେଇ ଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହ୍ନର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବେ ଜିଲ୍ଳା ପରିଷଦର ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୟାମୟ ପାଢି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ସଂସାଦ କଳାହାଣ୍ଡି ଙ୍କ ପ୍ରତିନିଧି ଜୟ ଶଙ୍କର ନାୟକ, ଜିଲ୍ଲା ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧକାରୀ ଡ଼ା ପୂର୍ନେନ୍ଦୁ ଶେଖର ବିଶ୍ୱାସ, ଜିଲ୍ଲା ବିକଳାଙ୍ଗ ମଞ୍ଚର ଅଧ୍ୟକ୍ଷ ସୁରେଶ ଚୌଧୁରୀ, ଜିଲ୍ଲା ଭିନ୍ନକ୍ଷମ ସମିତି ଅଧ୍ୟକ୍ଷ ହେମନ୍ତ ତାଣ୍ଡି ଓ ଜିଲ୍ଲା ମୁକ ଓ ବଧିର ସଂଘର ଅଧ୍ୟକ୍ଷ ଶୋଭନ ରଥ ଅତିଥି ଭାବେ ଯୋଗଦେଇ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରିବା ସହିତ ଉପସ୍ଥିତ ଭିନ୍ନକ୍ଷମ ମାନଙ୍କୁ ଉତ୍ସାହିତ କରି ମାର୍ଗ ଦର୍ଶନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ, ତିନି ଜଣ ଭିନ୍ନକ୍ଷମଙ୍କୁ ତିନି ଚକିଆ ଗାଡ଼ି ପ୍ରଦାନ କରାଯାଇଥିଲା। ପୂର୍ବରୁ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ଖେଳକୁଦ,ଗୀତ, ପ୍ରବନ୍ଧ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସ୍ବତନ୍ତ୍ର ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା ଆଲୋକ ସାହୁ, ରମେଶ ଜେନା ଓ ସୁଶ୍ରୀ ରାଜଶ୍ରୀ ପ୍ରିୟଦର୍ଶିନୀ କରିଥିବା ବେଳେ ରମେଶ ଜେନା ଆନୁଷ୍ଠାନିକ ଭାବେ ଧନ୍ୟବାଦ୍ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ