ଜିଲ୍ଲାସ୍ତରୀୟ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ
ବାରିପଦା, (୧୩/୦୪): ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ‘ନାରୀ ଶକ୍ତି ବନ୍ଦନ’ ଉପରେ ଉଦବୋଧନ ଦେଇଛନ୍ତି । ଶ୍ରୀ ମୋଦୀ ସଂସଦରେ ନାରୀଶକ୍ତି ବନ୍ଦନ ଅଧିନିୟମ ଆଗତ ପରେ ସମସ୍ତଙ୍କ ସହଯୋଗରେ ଏହି ବିଲ୍ ପାରିତ କରିବା ଲକ୍ଷ୍ୟ ରଖିଛନ୍ତି । ଏହି ଉଦବୋଧନ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ସାଧାରଣ ମହିଳା ତଥା ମାଆ ମାନଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ‘ନାରୀ ଶକ୍ତି ବନ୍ଦନ’ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ମାଁ ଅମ୍ବିକା ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ସମାପନ ହୋଇଛି । ଓଡ଼ିଶା ରାଜ୍ୟ ମହିଳା କମିଶନର ଶୋଭନା ମହାନ୍ତି ଏଥିରେ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, ପୂର୍ବତନ ମହିଳା ଆଇନଜୀବୀ ପାର୍ବତୀ ବାରିକ୍, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସମ୍ପଦିକା ସୋନାଲି ମହାନ୍ତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ ନିହାରିକା ମହାନ୍ତି, ବିଜୟଲକ୍ଷ୍ମୀ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ । ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ଶ୍ରୀ ନବଚରଣ ମାଝୀ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଆସି ଯୋଗ ଦେଇଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0