ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର

Sep 23, 2025 - 21:10
 0  31
ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର

ମାଲକାନଗିରି, ୨୩/୯/୨୫: ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ କଟକ ଏସସିବି ମେଡିକାଲ ଠାରେ ବକ୍ରପାଦ ଯନ୍ତ୍ରଣାରେ ଜର୍ଜରିତ ଜଣେ ଶିଶୁଙ୍କର ଅସ୍ତ୍ରୋପଚାର ସଫଳ ହୋଇପାରିଛି । କୋରକୁଣ୍ଡା ବ୍ଲକ କ୍ଷେତ୍ର ଗସ୍ତ ସମୟରେ ତମସା ଗ୍ରାମ ପଞ୍ଚାୟତ ତଣ୍ଡାପାଲି ଗ୍ରାମର ଶିଶୁ ଅନୁରାଗ ମାଡକାମୀଙ୍କ ବାମପାଦ ବକ୍ର ଥିବା ଦେଖିବାକୁ ପାଇଥିଲେ ଜିଲ୍ଲାପାଳ। କୋୟା ଜନଜାତିର ସାତ ବର୍ଷୀୟ ଶିଶୁ ଅନୁରାଗ ତଣ୍ଡାପାଲି ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର। ଅନୁରାଗଙ୍କ ବକ୍ରପାଦ ବିଷୟରେ ଅବଗତ ହେବା ପରେ ତୁରନ୍ତ ଜିଲ୍ଲାପାଳ ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ସମ୍ପୂର୍ଣ୍ଣ ଚିକିତ୍ସା କରାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ କ୍ରମେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଫାର୍ମାସିଷ୍ଟ ରଞ୍ଜନ କୁମାର ଭୂୟାଁଙ୍କ ତତ୍ତ୍ଵାବଧାନରେ ଅନୁରାଗ ଏବଂ ତାଙ୍କ ପରିବାର ସେପ୍ଟେମ୍ବର ୨୨ ରେ କଟକ ଅଭିମୁଖେ ଯାତ୍ରା କରିଥିଲେ। ଆଜି କଟକ ଏସସିବି ମେଡିକାଲ ଠାରେ ଅନୁରାଗଙ୍କ ବକ୍ରପାଦ ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ଯଥାଶୀଘ୍ର ସେ ଉପଶମ ଲାଭ କରିବେ ବୋଲି ସୂଚନା ମିଳିଛି। ନିଜ ଶିଶୁ ଏକ ନୂତନ ଜୀଵନ ପାଇଥିବାରୁ ଅନୁରାଗଙ୍କ ବାପା ମୁକା ମାଡ଼କାମୀ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଥାଉ କି, ଅନୁରାଗଙ୍କ ବକ୍ରପାଦ ଅସ୍ତ୍ରୋପଚାର ଆରବିଏସକେୱାଇ ଯୋଜନାରେ ସଂପୂର୍ଣ୍ଣ ରୂପେ ବିନା ମୂଲ୍ୟରେ କରାଯାଇଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ