।। ଜିଲ୍ଲା ସ୍ତରୀୟ ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ।।

ଆଜି ତା 27.09.23 ରିଖ ରେ ସମାଜ ମଙ୍ଗଳ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ପାଳନ କରାଯାଇଛି | ସର୍ବେ ପ୍ରଥମେ ସ୍ଥାନୀୟ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଙ୍ଗନବାଡି କର୍ମୀ ବିଭିନ୍ନ ବାର୍ତା ସ୍ଲୋଗାନ ଦେଇ ଏକ ରେଲି କରିଥିଲେ | ଅତିରିକ୍ତ ଜିଲ୍ଲାପାଳ ଏହି ରେଲି କୁ ଉଦଘାଟନ କରିଥିଲେ | ଏହାପରେ Skill Development Training Center ଠାରେ ଜିଲ୍ଲା ସ୍ତରୀୟ ବୈଠକ Chief Development Officer cum Executive Officer, Zilla Parishad, Koraput Sri Gaurav Shivaji Isalwar, IAS ଙ୍କ ଅଧ୍ୟକ୍ଷ ତାରେ ଆୟୋଜନ କରାଯାଇଥିଲା | କୋରାପୁଟ ଜିଲ୍ଲା ସମାଜ ମଙ୍ଗଳ କଲ୍ୟାଣ ଅଧିକାରୀ ଶ୍ରୀମତୀ Annapurna Kundu ଆଜିର ବୈଠକ ର ଲକ୍ଷ ଉଧେଶ୍ୟ ଉପରେ ସର୍ବେ ପ୍ରଥମେ ମତ ଉପସ୍ଥାପନା କରିଥିଲେ | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ Sri Sri Rajendra Majhi, Dr. Sandeep Choudhury, NRC Rajasri Pattnaik, Sudip Pal Coordinator RISE, ନିଜନିଜ ମତାମତ ପରିବେଷଣ କରିଥିଲେ | କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ ମାନେ ବିଭିନ୍ନ ପୋଷଣ ଯୁକ୍ତ କାର୍ଯ୍ୟକ୍ରମ ପଦର୍ଶନ କରିଥିଲେ | ସ୍ଥାନୀୟ ନାଟ୍ୟ କଳାକାର ମାନଙ୍କ ଦ୍ୱାରା ପୋଷଣ, ମମତା ଯୋଜନା, ବାଲ୍ୟବିବାହ ଉପରେ ନାଟକ ମାଧମରେ ଏକ ସୁନ୍ଦର ନାଟକ ପରିବେଷଣ କରିଥିଲେ | ସ୍ଥାନୀୟ କିଶୋରି ମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନୀୟ ନାଚ ପରିବେଷଣ କରିଥିଲେ | ଏହାପରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଆଜିର ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିଶୁ ବିକାଶ ଅଧିକାରୀ, ଜିଲ୍ଲା ସଂଯୋଜକ-ପୋଷଣ କାଯୋଲ ନାୟକ, ମମତା ଜିଲ୍ଲା ସଂଯୋଜକ ସୀମା ବେହେରା, ଜିଲ୍ଲା ସଂଯୋଜକ-ବାଲ୍ୟ ବିବାହ ପ୍ରସନ୍ନ ମିଶ୍ର, ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟତା ଦଳ କର୍ମୀ, Piramal Foundation କର୍ମକର୍ତା, RISE ଅନୁଷ୍ଠାନ ର କର୍ମକର୍ତା ଉପସ୍ଥିତ ରହିଥିଲେ | ପରିଶେଷରେ Protection Officer Dipti Marget Kondopan ନିଜର ବକୃତା ରଖିବା ସହିତ ଧନ୍ୟବାଦ ଅର୍ପଣ ଦେଇଥିଲେ |
ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






