ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟର ୧୧ଶ ଦିନ (ମୁଖ୍ୟମନ୍ତ୍ରୀ କପ - ୨୦୨୫)

Apr 18, 2025 - 05:58
 0  5
ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟର ୧୧ଶ ଦିନ       (ମୁଖ୍ୟମନ୍ତ୍ରୀ କପ - ୨୦୨୫)

ବାରିପଦା - ତା :- ୧୫/୦୪/୨୦୨୫ ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ - " ମୁଖ୍ୟମନ୍ତ୍ରୀ କପ " ର ଏକାଦଶ ଦିନର ୧ମ ମ୍ୟାଚରେ ଶିମିଳିପାଳ ସ୍ପୋର୍ଟସ ଓ ରଘୁନାଥ ଏମ ଜି ସି ମଧ୍ୟରେ ଖେଳ ହୋଇଥିଲା I ଏହି ମ୍ୟାଚରେ ଉଭୟ ଦଳ ପରସ୍ପରକୁ ୨ଟି ଲେଖାଏଁ ଗୋଲ ସ୍କୋର କରିଥିଲେ I ଶିମିଳିପାଳ ତରଫରୁ ବାପୁନ ନାଏକ ଓ ଆକାଶ ମୁର୍ମୁ ଗୋଟିଏ ଲେଖାଏଁ ଗୋଲ ଦେଇଥିବା ବେଳେ ରଘୁନାଥ ଦଳ ତରଫରୁ ଗାନୁ ହାଁସଦା ଓ ରୋହିତ ମାର୍ଣ୍ଡି ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ I ୨ୟ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା I ବାପୁନ କୁମାର ମହାନ୍ତ,ରବୀନ୍ଦ୍ର ନାଥ ଟୁଡୁ, ସମ୍ରାଟ ହେମ୍ବ୍ରମ, ରତ୍ନାକର ସୋରେନ, ଶାନ୍ତନୁ କୁମାର ନାୟକ, ଯୁଗ ସେଙ୍ଗେଲ ସୋରେନ ଖେଳ ପରିଚାଳନା କରିଥିଲେ I ୧ମ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ଫୁଟବଲ କୋଚ ଅବନୀ ମୋହନ ମହାନ୍ତି, ବରିଷ୍ଠ କ୍ରୀଡ଼ାବିତ କୁମାର ରଞ୍ଜନ ପଣ୍ଡା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ସକାଳ ୮ଟା ରେ ଫିଉଚର ଷ୍ଟାର ସ୍ପୋର୍ଟସ ଓ ଓ ରଘୁନାଥ ଏମ ଜି ସି ଏବଂ ଅପରାହ୍ନ ୪ଟା ରେ ଶାନ୍ତିନିକେତନ ଯୁବକ ସଙ୍ଘ ଓ ଡ୍ରାଗନ ଯୁବକ କ୍ଲବ ମଧ୍ୟରେ ୨ଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ମୟୁରଭଞ୍ଜ ଏଥଲେଟକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାଶ ଜଣାଇଛନ୍ତି I

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ