ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ନକଲି ଆଦିବାସି ଦର୍ଶାଇ ପଦବୀ ରଦ୍ଧ ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କଲା ଜିଲ୍ଲା ବି.ଏସ.ପି
ମାଲକାନଗିରି, ତା-୧୨/୧୧/୨୦୨୫, କିଛିଦିନ ତଳେ ମାଲକାନଗିରି ଜିଲ୍ଲା ବହୁଜନ ସମାଜ ପାର୍ଟି ଆନୁକୂଲ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ନକଲି ଆଦିବାସି କହି ମାଲକାନଗିରିରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବି.ଏସ.ପି ସଭାପତି ଜାରାଶବର ମାଡି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପିତା ଖଗପତି ତାଙ୍ଗୁଲଙ୍କ ନାମରେ ଚିତ୍ରକୋଣ୍ଡା ତହସିଲ ଅଧୀନରେ ବଡପଡା ଗ୍ରାମ ଓ ମୌଜାରେ ଖାତିୟନର କ୍ରମିକ ନଂ - ୬୩/୪୧ ରେ ଜାତି - କଟିଆ (ସାଧାରଣ) ବୋଲି ସେଟେଲମେଣ୍ଟ ପଟ୍ଟାରେ ଉଲ୍ଲେଖ ରହିଥିବାର ପ୍ରମାଣିତ କପି ଦେଖେଇଥିଲେ।। ତେଣୁକରି ସମାରି ଟାଙ୍ଗୁଲୁଙ୍କ ପଦବୀ ତୁରନ୍ତ ରଦ୍ଧ କରିବା ସହ ତାଙ୍କ ବିରୁଦ୍ଧରେ କ୍ରିମିନାଲ କେସ ଦାୟର କରିବାକୁ ଜାରାଶବର ମାଡ଼ିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଆଜି ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ କପିର ନକଲ ସେ ଉପ ଜିଲ୍ଲାପାଳ, ମାଲକାନଗିରି, ଜିଲ୍ଳା ଆରକ୍ଷୀ ଅଧିକ୍ଷକ, ମାଲକାନଗିରି, ରାଜ୍ୟ ନିର୍ବାଚନ ଆୟୋଗ, ଓଡିଶା, ଓଡିଶା ରାଜ୍ୟ ଜନଜାତି ଆୟୋଗ, ଓଡିଶା ପଂଚାୟତିରାଜ ବିଭାଗର ପ୍ରଧାନ ସଚିବ, ଭାରତ ସରକାରଙ୍କ ମୁଖ୍ୟ ନିର୍ବାଚନ ଆୟୋଗ, ରାଜ୍ୟ ନିର୍ବାଚନ ଆୟୋଗ, ଓଡିଶା, ମୁଖ୍ୟ ଶାସନ ସଚିବ, ଓଡିଶା, ମହାମହିମ ରାଜ୍ୟପାଳ, ଓଡିଶା, ମହାମହିମ ରାଷ୍ଟ୍ରପତି, ଭାରତ ସରକାରଙ୍କ ଆଦିବାସି ମନ୍ତ୍ରାଳୟ, ଭାରତ ସରକାରଙ୍କ ଜନଜାତି ଆୟୋଗ ଏବଂ ଭାରପ୍ରାପ୍ତ ଥାନା ଅଧିକାରୀ, ମାଲକାନଗିରିଙ୍କୁ ପ୍ରେରଣ କରି ଘଟଣାର ତୁରନ୍ତ ତଦନ୍ତ ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଛି। ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସମୟରେ ଜାରାଶବର ମାଡ଼ିଙ୍କ ସମେତ ସନାତନ କବାସୀ, ସୁଶାନ୍ତ ବେଟି, ଉଙ୍ଗା ପଡ଼ିଆମୀ, ଜଗା ପଡ଼ିଆମୀ, ଗଣେଷ ମାଡକାମୀ, ରମେଶ ପଡ଼ିଆମୀ ଓ ଲାକମା ମାଡକାମୀ ପ୍ରମୁଖ ଜନଜାତି ସମ୍ପ୍ରଦାୟର ନେତୃସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0