ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ଭିଧାନ ଦିବସ ପାଳନ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୬.୧୧.୨୦୨୫ ରିଖ: ସମ୍ଭିଧାନ ଦିବସ ପାଳନ ଅବସରରେ ମହିଳା ମହାବିଦ୍ୟାଳୟ,ନବରଙ୍ଗପୁର ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଛାତ୍ରୀମାନେ,ପାରା ଲିଗାଲ ସଦସ୍ୟ,ଆଇନଜୀବି ପ୍ରମୁଖ ଭାଗ ନେଇଥିଲେ ! ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲାl ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ସଚିବ ଶ୍ରୀମତୀ ଶାଶ୍ଵତୀ ମିଶ୍ର ଯୋଗଦାନ କରିଥିଲେ ! ଅନ୍ୟାନ୍ୟ ଅତିଥି ଭାବେ ଆଇନଜୀବି ସଂଘର ସଭାପତି ସିରାଜଉଦ୍ଦିନ ଅହମ୍ମଦ,ଉପ ସଭାପତି ସଦାଶିବ ସାହୁ, ଉପ ମୁଖ୍ୟ ଆଇନ ଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା.ରାଜ କିଶୋରେ ନାଗ, ଆଇନ ଜୀବି କିଶୋରୀ ପଟ୍ଟନାୟକ, ମହାବିଦ୍ୟାଳୟର ଅଧ୍ୟାପିକା ମ।ଳେଶ୍ଵରୀ ସାହୁ, ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ଅଧ୍ୟାପିକା ତଊର। ବେଗମ, ଅଧ୍ୟାପିକା ରଞ୍ଜୁଷା କୁମାରୀ ପ୍ରହରାଜ,ଅଧ୍ୟାପିକା ଡକ୍ଟର ଏମ. ରୋହିଣୀ ରାଣୀ ମଞ୍ଚାସୀନ ହୋଇ ଭାରତର ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ଉପରେ ଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ ! ପରିଶେଷରେ ମହାବିଦ୍ୟାଳୟର ଅଧ୍ୟାପକ ନୁପେନ୍ଦ୍ରନାଥ ଖୋସ୍ଲା ଧନ୍ୟବାଦ ଅର୍ପଣ କରିଥିଲେ ! ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦ୍ଵାରା ଏହି ଶିବିର ପରିଚାଳନା କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0