ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଇନ ସଚେତନତା ଶିବିର
ବାରିପଦା ତା 19/1(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କିନ୍ନର ମାନଙ୍କ ଅଧିକାର ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି. କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ ସୁଦୀପ୍ତ କୁମାର ଆଚାର୍ଯ୍ୟ ପୌରହିତ୍ୟ କରିଥିବା ବେଳେ ପ୍ରାଧିକରଣର ସଚିବ ରାଜଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ଏହି ଅବସରରେ କିନ୍ନର ମାନଙ୍କ ପ୍ରତି ସମାଜରେ ହେଉଥିବା ଅବହେଳା ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ତାହାର ପ୍ରତିକାର ନିମନ୍ତେ ଉଦ୍ଧିଷ୍ଠ ଥିବା ବିଭିନ୍ନ ଆଇନ ସମ୍ପର୍କରେ ଅବଗତ କରାଯାଇଥିଲା. କାର୍ଯ୍ୟକ୍ରମରେ ପ୍ରାୟ ୩୦ ରୁ ଅଧିକ କିନ୍ନର ଯୋଗ ଦେଇ ନିଜର ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ଅସୁବିଧା ଓ ତାହାର ପ୍ରତିକାର ସମ୍ପର୍କରେ ନିଜର ମତ ରଖିଥିଲେ. କାର୍ଯ୍ୟକ୍ରମରେ ବାରିପଦା କୋର୍ଟର ସମସ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ସମସ୍ତ ନ୍ୟାୟ ରକ୍ଷକ ଓ ଅଧିକାର ମିତ୍ର ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ କିନ୍ନର ମାନଙ୍କୁ ବିଭିନ୍ନ ଅଧିକାର ସମ୍ପର୍କରେ ସଚେତନ କରିବା ସହିତ ସରକାରଙ୍କ ଦ୍ଵାରା ଉପଲବ୍ଧ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0