ଜାତୀୟସ୍ତରୀୟ ମହାରାଜା ସେଭେନ୍ସ ରଗବୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Dec 15, 2025 - 17:09
 0  12
ଜାତୀୟସ୍ତରୀୟ ମହାରାଜା ସେଭେନ୍ସ ରଗବୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାରିପଦା - ତା :- ୧୪/୧୨/୨୦୨୫ ରିଖ ମୟୁରଭଞ୍ଜ ଫାଉଣ୍ଡେସନ, ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଓ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଜାତୀୟ ସ୍ତରୀୟ ମହାରାଜା ସେଭେନସ ରଗବୀ ଟୁର୍ଣ୍ଣାମେଣ୍ଟ ବାରିପଦା ଷ୍ଟାଡିୟମ ପଡିଆରେ ଉଦଯାପିତ ହୋଇଯାଇଛି I ପ୍ରଥମ ଥର ପାଇଁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ୯ଟି ଦଳ ଅଂଶଗ୍ରହଣ କରିଥିବା ବେଳେ କୋଲକାତାର ଫିଉଚର ହୋପ ହାରିକୁଇନ୍ସ ଚମ୍ପିୟାନ ହୋଇଥିବା ବେଳେ ମୟୁରଭଞ୍ଜ, ଓଡିଶାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ରନର୍ସ ଅପ ଏବଂ ମହିଳା ବିଭାଗରେ ୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ମୟୁରଭଞ୍ଜ, ଓଡିଶା ର ଫିଉଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଚମ୍ପିୟାନ, କୋଲକାତା ର ଫିଉଚର ହୋପ ହାରିକୁଇନ୍ସ ରନର୍ସ ଅପ ହୋଇ ପୁରସ୍କୃତ ହୋଇଥିଲେ I ଚମ୍ପିୟାନ ଦଳକୁ ୫୦ ହଜାର ପ୍ରୋତ୍ସାହନ ରାଶି ସହ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୩୦ ହଜାର ପ୍ରୋତ୍ସାହନ ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା I ଫାଉଣ୍ଡେସନର ଅଧ୍ୟକ୍ଷା ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ପୁରସ୍କାର ବିତରଣ କରିବା ସହ ଖେଳାଳି ମାନଙ୍କୁ ଉଦ୍ଦେଶ୍ୟରେ କହିଥିଲେ ଯେ ରଗବୀ ଏକ କୌଶଳ ଓ ଦ୍ରୁତଗତି ଦକ୍ଷତାର ଖେଳ I ଅନ୍ୟ ମାନଙ୍କ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସlରସକଣା ବିଧାୟକ ଭାଦବ ହାଁସଦା, ବଡ଼ସାହି ବିଧାୟକ ସନାତନ ବିଜୁଳି, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ରାଜ୍ୟ ଆଦିବାସୀ ମୋର୍ଚା ସଭାପତି କାନ୍ଦ୍ରା ସୋରେନ, ଜିଲ୍ଲାପାଳ ହେମକାନ୍ତ ସୟ, ଆର ସି ସି ଏଫ ପ୍ରକାଶ ଚାନ୍ଦ ଗୋଗିନାନି, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ଫୁଟବଲ ସମ୍ପାଦକ ଅମର କୁମାର ସେଠୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ସହ ଆୟୋଜକ ଦିବ୍ୟ ରଞ୍ଜନ ଦାସ, ବିଭୁଦତ୍ତ ଦାସ ଓ ମଙ୍ଗଲ ହାଁସଦାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା I ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିଲେ I ଏହି ଅବସରରେ ପୂର୍ବତନ ଜାତୀୟ ଖେଳାଳି, ସମସ୍ତ ରେଫେରୀ, ପ୍ରୟୋଜକ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ