ଜାତୀୟ ଶିକ୍ଷକ ପୁରସ୍କାରରେ ମନୋନୀତ ଶିକ୍ଷକ ବସନ୍ତ କୁମାର ରଣାଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ

Aug 27, 2025 - 06:24
 0  14
ଜାତୀୟ ଶିକ୍ଷକ ପୁରସ୍କାରରେ ମନୋନୀତ ଶିକ୍ଷକ ବସନ୍ତ କୁମାର ରଣାଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ

ମାଲକାନଗିରି, ୨୬/୮/୨୫: ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶିକ୍ଷକ ବସନ୍ତ କୁମାର ରଣାଙ୍କୁ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ୱର୍ଦ୍ଧନା ପ୍ରଦାନ କରିଛନ୍ତି। ଏହି ଜାତୀୟ ସ୍ତର ସଫଳତାରେ ଜିଲ୍ଲାପାଳ ନିଜର ଖୁସି ବ୍ୟକ୍ତ କରିବା ସହ ଏହା ଆମ ଜିଲ୍ଲା ମାଲକାନଗିରି ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରଣାଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଶ୍ରୀ ରଣା ସେପ୍ଟେମ୍ୱର ୩ରେ ବିଶାଖପାଟଣା ରୁ ନୂଆ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୫ ରେ ଗୁରୁ ଦିବସ ଅବସରରେ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ରଣା ପୁରସ୍କାର ଗ୍ରହଣ କରିବେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିଜର ଶିକ୍ଷକତା ଜୀଵନ ଆରମ୍ଭ କରିଥିବା ଶ୍ରୀ ରଣା କୁନି କୁନି ପିଲାଙ୍କ ନିମନ୍ତେ ଅଭିନବ ଶିକ୍ଷା ପଦ୍ଧତି ଆପଣେଇ ଥିଲେ। ମାଲକାନଗିରି ଜିଲ୍ଲା ର କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀ ରଣା ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ଓ ସେମାନଙ୍କ ପାଇଁ ଉତ୍ସର୍ଗୀକୃତ । ସୂଚନା ଥାଉ କି ସମଗ୍ର ରାଜ୍ୟ ରେ କେବଳ ଦୁଇ ଜଣ ଶିକ୍ଷକ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତନ୍ମଧ୍ୟରୁ ଶ୍ରୀ ରଣା ଅନ୍ୟତମ। ୩୦ଟି ଜିଲ୍ଳାର ୯୦ ଜଣ ଶିକ୍ଷକ ଙ୍କ ମଧ୍ୟରୁ ୬ ଜଣ ଜାତୀୟସ୍ତର ନିମନ୍ତେ ଚୟନ ହୋଇଥିଲେ। ଶ୍ରୀ ରଣା ବିଦ୍ୟାଳୟ ଭିତ୍ତିଭୂମି ର ସୋନ୍ଦର୍ଯ୍ୟକରଣ ଯାହା ଶିଶୁଙ୍କ ଶୈକ୍ଷିକ ବାତାବରଣକୁ ଆହୁରି ଆକର୍ଷଣୀୟ ଓ ମନୋଲଭା କରିଥାଏ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ। ତତ୍ ସହିତ ଆନନ୍ଦ ଉଲ୍ଲାସ ରେ ଶିଶୁ ଟିଏ କିଭଳି ପାଠ ପ୍ରତି ଆକୃଷ୍ଟ ହୋଇ ପଢ଼ିବ ସେଥିପ୍ରତି ଯତ୍ନବାନ ହୋଇଥିଲେ। ତାଙ୍କର ଏହି ଅଭିନବ ଶିକ୍ଷା ପଦ୍ଧତି ପାଇଁ ଆଜି ସେ ୨୦୨୫ ଜାତୀୟ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇ ସାରା ରାଜ୍ୟ ଓ ମାଲକାନାଗିରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ଶିକ୍ଷା ବିଭାଗ ଯନ୍ତ୍ରୀ ସରୋଜ ସାମନ୍ତରାୟ ଙ୍କ ସମେତ ଶିକ୍ଷା ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।

ମାଲକାନଗିରି ରୁ ଜିଲା ପ୍ରତିନିଧି ନାକା ରବି କୁମାର ଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ