ଜାତୀୟ କ୍ରୀଡା ଦିବସ ଅବସରରେ ଭଲିବଲ ଟୁର୍ଣ୍ଣାମେଣ୍ଟ (ପୋଲିସ ଦଳ ଚମ୍ପିୟାନ)
ବାରିପଦା - ତା :-୩୦/୦୮/୨୬ ରିଖ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ଜାତୀୟ କ୍ରୀଡା ଦିବସ ଅବସରରେ ମା' କିଚକେଶ୍ବରୀ ଭଲିବଲ ଏକାତଡେମୀ ଓ ପୋଲିସ ଆର ଆଇ ଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୋଲିସ ପଡିଆରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ପୋଲିସ ଭଲିବଲ ଦଳ ଆଜାଦ କ୍ଲବକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା I ରେଫେରୀ ଭାବେ ରାଜେଶ ଦାସ, ଗୌରାଙ୍ଗ ମହାନ୍ତ, ନିରଞ୍ଜନ ନାଏକ, ଚନ୍ଦ୍ରମୋହନ ଦଳେଇ,, ରାଜେନ୍ଦ୍ର ନାଥ ନାଏକ, ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ ଖେଳ ପରିଚାଳନା କରିଥିଲେ I ଶ୍ରେଷ୍ଠ ଖେଳାଳି ଭାବେ ରଞ୍ଜନ ବେହେରା, ସଞ୍ଜୟ ମହାନ୍ତ, ବିକାଶ ଗିରି, ରଂଜିତ ପାଣ୍ଡିଆ, ସୌରଭ ରାଉତ ଓ ବୈଭବ ମହାନ୍ତି ପୁରସ୍କୃତ ହୋଇଥିଲେ I ଅତିଥି ଭାବେ ଯୋଗଦେଇ ଭଂଜପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ପୃଷ୍ଟି, ସରଜେଣ୍ଟ ଗୌତମ ପ୍ରଧାନ, ଭଲିବଲ ସମ୍ପାଦକ ପାର୍ଥସାରଥୀ ସ୍ୱାଇଁ, ଏଥଲେଟିକ ସମ୍ପାଦକ ଅମ୍ବିକା ରାଉତ, ହାବିଲଦାର ଓ କନଷ୍ଟେବଳ ସଂଘର ସମ୍ପାଦକ ସ୍ୱରାଜ କୁମାର ରାଜ, ଇଶା ଫାଉଣ୍ଡେସନ ସଂଯୋଜକ ଚନ୍ଦ୍ରକାନ୍ତ ଦାସ, ଭାନୁପ୍ରତାପ ଭଞ୍ଜଦେଓ, ହିମାଂଶୁ ରାଜ, କେ ବିଶ୍ୱନାଥ ରାଓ, ରଘୁନାଥ ରାଓ, ଦେବାଶିଷ ପରିଡା, ହରିହର ମଲ୍ଲିକ, ପ୍ରଭାତ ମଲ୍ଲିକ, ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ପୋଲିସ ଆର ଆଇ ଆଲୋକ କୁମାର କାନୁନଗୋ, ହୋମଗାର୍ଡ ସରଜେଣ୍ଟ ମନୋଜ କୁମାର ସାହୁ, ସମାଜସେବୀ ଅମର କୁମାର ସେଠି ଓ ସୋମନାଥ ସିଂହ ପୁରସ୍କାର ବିତରଣ କରିଥିଲେ I ପୁନିତ ପାଲ, ସୁନିତ ପାଲ, ଦିବ୍ୟଜ୍ୟୋତି ଜୀଉ, ଶାନ୍ତିଲତା ଜୀଉ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0