ଜାତୀୟ କୁରାଶ୍ ପ୍ରତିଯୋଗିତାରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଲବ ନାୟକ ଦ୍ୱିତୀୟ
ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଏକାଦଶ ଶ୍ରେଣୀ ଛଅ ଜଣ ଛାତ୍ର ଲବ ନାୟକ୍, ଦେବାଶିଷ ମାଣ୍ଡି, ରାହୁଲ ସରେନ୍, ସିଦ୍ଧାନ୍ତ ହେମ୍ବ୍ରମ୍, ଶିବ ସିଂ, ସିମଲ୍ ସରେନ ବିହାର ଠାରେ ଅନୁଷ୍ଠିତ ଜାତୀୟ ଜୁନିୟର କୁରାଶ୍ ପ୍ରତିଯୋଗିତାରେ ଅଂଗ୍ରହଣ ଗ୍ରହଣ କରିଥିଲେ ।ଜାତୀୟ ସ୍ତର ରେ 58 ଜଣ ଓ ରାଜ୍ୟ ସ୍ତରରୁ 14 ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ଲବ ନାୟକ ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଯିଏକି ଜାତୀୟସ୍ତର ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ପ୍ରାପ୍ତ କରି ସଂପୂର୍ଣ୍ଣ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ପିଲା ମାନଙ୍କ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ମହନ୍ତ ପ୍ରଶିକ୍ଷଣ ପ୍ରଦାନ କରି ଥିଲେ । ଏହି ଅବସରରେ ଅନୁଷ୍ଠାନର ସଭାପତି ଇଂ ପ୍ରଭାସ କୁମାର ଦାସ ଏବଂ ଅଧ୍ୟକ୍ଷା ଅଙ୍କିତା ବାରିକ ପ୍ରଭୃତି ଛାତ୍ର ମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଆନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଦୃଢ଼ ପ୍ରୟାସ ଜାରି ରଖିବା ପାଇଁ ଉପଦେଶ ପ୍ରଦାନ କରିଛନ୍ତି। ଅଧ୍ୟକ୍ଷା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରଘୁନାଥପୁର, ବାରିପଦା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0