ଜାତୀୟ ଉପୋଭୋକ୍ତା ଦିବସ 2025 ପାଳିତ

Dec 28, 2025 - 08:08
 0  6
ଜାତୀୟ ଉପୋଭୋକ୍ତା ଦିବସ  2025 ପାଳିତ

ନୂଆପଡା : ସ୍ଥାନୀୟ ଜ଼ିଲ୍ଲାପାଳଙ୍କ ସଦଭାବନା ଗୃହରେ ବୈଧ, ମାପ ଓ ଓଜନ ବିଭାଗ, ଜ଼ିଲ୍ଲା ନୂଆପଡା ଓ ସ୍ବେଛାସେବୀ ପରଦା ଅନୁଷ୍ଠାନ ନୂଆପଡାଙ୍କ ମିଳିତ ଅନୁକୁଲ୍ୟରେ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇ ଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଥଣ୍ଟୁ ରାମ ନାୟକ, ଏ.ସି.ଏସ.ଓ. ନୂଆପଡା ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପୃଥୁରାଜ ହସଦେ, ଜ଼ିଲ୍ଲା ବୈଧ, ମାପ ଓ ଓଜନ ବିଭାଗ ଅଧିକାରୀ, ନୂଆପଡା, ଶ୍ରୀଯୁକ୍ତ ପରମା ନନ୍ଦ ହଂସ, ଜ଼ିଲ୍ଲା ଖାଉଟି କଲ୍ୟାଣ ଅଦାଲତ ନୂଆପଡା, ଶ୍ରୀଯୁକ୍ତ ରମାକାନ୍ତ ବିଶି, ଏସ.ଡି.ଆଇ.ପି.ଆର.ଓ., ନୂଆପଡା, ମୁଖ୍ୟବକ୍ତା ଶ୍ରୀଯୁକ୍ତ ନାରାୟଣ ପ୍ରତାପ ଯୋଶୀ, ଆଇନଜୀବୀ ନୂଆପଡା ଅଂଶ ଗ୍ରହଣ କରିଥିଲେ, ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ରୁଦ୍ର ଚରଣ ପଟ୍ଟନାୟକ ଅଧ୍ୟକ୍ଷ ପରଦା ନୂଆପଡା, ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଶ୍ରୀଯୁକ୍ତ ଥଣ୍ଡୁ ରାମ ନାୟକ ଏ.ସି.ଏସ.ଓ ନୂଆପଡା ଜ଼ିଲ୍ଲାର ରାସନ କାର୍ଡ ଧାରୀ ମାନେ ଠକାମିରେ ନ ପଡ଼ି ସଠିକ ପରିମାଣରେ ଓଜନ ମାପକୁ ଦେଖି ଚାଉଳ ନେବାପାଇଁ ଓ ନୂତନ ରାସନ କାର୍ଡ ପାଇଁ ସରକାରଙ୍କ ନିୟମର ମାପ ଦଣ୍ଡ ଅନୁସାରେ କାର୍ଡ ସମସ୍ତ ଗରିବ ପରିବାର ପାଇ ପାରିବେ ବୋଲି କହିଥିଲେ ଶ୍ରୀ ପରମାନଦ ହଂସ ଜ଼ିଲ୍ଲା ଖାଉଟି କଲ୍ୟାଣ ଅଦାଲତ ନୂଆପଡା, ସମସ୍ତ ଉପୋଭୋକ୍ତା ମାନେ ଡିଜିଟାଲ ମାଧ୍ୟମରେ ନ୍ୟାୟ ଏବଂ ସିଗ୍ର ଅଭିଯୋଗର ନିରାକରଣ କିପରି ନିଜ ଘରେ ରହି ଅନଲାଇନ ମାଧ୍ୟମରେ ଖାଉଟି କୋର୍ଟ କୁ ଆଶ୍ରୟ ନେଇ ପାରିବେ ସେ ଉପରେ ସଚେତନତା କରିଥିଲେ l ଶ୍ରୀଯୁକ୍ତ ନାରାୟଣ ଯୋଗୀ ଆଇନଜୀବୀ ଉପୋଭୋକ୍ତା ମାନଙ୍କ ଅଧିକାର ଓ ଭିଭିନ୍ନ ଆଇନ ଉପରେ ସଚେତନତାର ବାର୍ତାଲାପ କରିଥିଲେ ଶ୍ରୀଯୁକ୍ତ ପୃଥ୍ୱୀରାଜ ହାଁସଦା ଜ଼ିଲ୍ଲା ବୈଧ, ମାପ ଓ ଓଜନ ଭିଭାଗ ନୂଆପଡା ଜାତୀୟ ଉପୋଭୋକ୍ତା ଦିବସ ଉପଲକ୍ଷେ ସମସ୍ତ ଉପୋଭୋକ୍ତା ମାନେ ଓଜନ, କଟା, ବାଟକରା, ପେଟ୍ରୋଲ୍ଲପମ୍ପ୍ ରେ କିପରି ଉପୋଭୋକ୍ତା ମାନେ ଠକାମିର ଶିକାର ଓ ହୋଇ ପାରିବ ସେ ଉପରେ ପ୍ରଦଶନି କରି ସଚେତନତା ନିଜ ନିଜ ଅଂଚଳରେ କରି ପରିବା ପାଇଁ ବାର୍ତାଳାପ କରିଥିଲେ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷ ମାନେ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମକୁ ଉମାଶଙ୍କର ପଟେଲ, ରାଜେଶ ସାହୁ, ମାଧବ ଦାସ, ଭିଭିଷଣ ପୋଢ଼, ତୁଳସୀ ମାଝୀ, ଶଙ୍କର ବିଶ୍ୱାଳ, ମନବି ଓଜିର ପ୍ରମୁଖ ସହଯୋଗ କରିଥିଲେ l ହେଲେ ଆଜି ପର୍ଯ୍ୟନ୍ତ ଜ଼ିଲ୍ଲାରେ କୌଣସି ଜାଗାରେ ଚଡାଉ ହେଉ ନାହିଁ ଯାହା ଫଳରେ ଲୋକେ ଅଧିକରୁ ଅଧିକ ଠକେଇର ଶିକାର ହେଉଥିବାର ବୁଦ୍ଧିଜୀବୀ ମହଲରେ ଚର୍ଚା ହେଉଛି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ