ଜନଜାତୀୟ ଗୌରବ ଦିବସ ଜିଲାସ୍ତରୀୟ ବିର୍ସା ମୁଣ୍ତା ଜୟନ୍ତୀ ପାଳନ
କିର୍ମିରା୧୫।୧୧(ଫାଷ୍ଟ ନିଉଜ ଓଡ଼ିଶା)ଜନଜାତୀୟ ଗୌରବ ଦିବସ ଜିଲାସ୍ତରୀୟ ୧୫୦ ତମ ବିର୍ସା ମୁଣ୍ତା ଜୟନ୍ତୀ ପାଳନ ଜିଲା ପ୍ରଶାସନ ଓ ଜିଲା ମଙ୍ଗଳ ବିଭାଗ ପକ୍ଷରୁ କିର୍ମିରା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଜିଲା ଆଦିବାସୀ ଉନ୍ନୟନ ଅଧିକାରୀ ସଞ୍ଜିବ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ,ସମ୍ମାନିତ ଅତିଥି ଭାବରେ ବିଧାୟକ ଟଙ୍କଧର ତ୍ରିପାଠୀ,ଜିଲାପାଳ କୁଣାଲ ମୋତିରାମ ଚହ୍ବାଣ,କିର୍ମିରା ବ୍ଳକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁ, ବିଡିଓ ଅଭିନାଶ ଲାକ୍ରା,ଲଇକେରା ବ୍ଳକ ଅଧ୍ୟକ୍ଷ ସଂଜିତ କୁମାର ନାଏକ,ଜିଲାପରିଷଦ ସଭ୍ୟା ରୀତା ବାଗ,ସରପଞ୍ଚ ସନ୍ତୋଷିନୀ ପଟେଲ ଯୋଗଦେଇ ଦିବସ ର ମହତ୍ବ ସହ ମହାନ ବିପ୍ଳବୀ ଶହୀତ ବିର୍ସା ମୁଣ୍ତାଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ।ଏବଂ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଅତିଥି ମାନଙ୍କ ସହ ଉପସ୍ଥିତ ଥିବା ଛାତ୍ରଛାତ୍ରୀ,ଅଭିଭାବକ,ଜନସାଧାରଣ ଶୁଣିଥିଲେ।ଏହି ଅବସରରେ ଜିଲାର କୃଷି,କଳା,ଶିକ୍ଷା,ଖେଳ,ସମାଜସେବାରେ ଦକ୍ଷତା ହାସଲ କରିଥିବା ଛାତ୍ରଛାତ୍ରୀ ଓ କଳାକାର,ଚାଷିଙ୍କୁ ସମ୍ମାନିତ କରିବା ସହ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ଅତିଥି ମାନେ।କାର୍ଯ୍ୟକ୍ରମକୁ ଜିଲା ମଙ୍ଗଳ ଅଧିକାରିଣୀ ଜୟଶ୍ରୀ ପରିଚାଳନା କରିଥିବା ଏକଲବ୍ୟ ଓ ଆଶ୍ରମ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଭାଗର କର୍ମଚାରୀ ସହଯୋଗ କରିଥିଲେ।ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ ରଙ୍ଗାରଙ୍ଗ ପରିବେଷଣ କରିଥିଲେ।ଅତିରିକ୍ତ ଜିଲା ମଙ୍ଗଳ ଅଧିକିରୀ ବିବେକାନନ୍ଦ ସାମଲ ଧନ୍ୟବାଦ ଦେଇଥିଲେ।
କିର୍ମିରା ରୁ ଦେବାଶିଷ ସିଂ ଠାକୁରଙ୍କ ରିପୋର୍ଟ First News Odisha
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0