।। ଜଙ୍ଘାର ଗ୍ରାମରେ ଜନ୍ମାଷ୍ଟମୀ ମହୋତ୍ସବ ପାଳନ ।।

Aug 27, 2024 - 18:54
 0  12
।। ଜଙ୍ଘାର ଗ୍ରାମରେ ଜନ୍ମାଷ୍ଟମୀ ମହୋତ୍ସବ ପାଳନ ।।

ଆନନ୍ଦପୁର ବ୍ଲକ ବାଉଁଶଗଡ଼ ପଞ୍ଚାୟତ ଅନ୍ତର୍ଗତ ଜଙ୍ଘାର ଗ୍ରାମ ଦୁଇଦିନ ଧରି ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦ ମହୋତ୍ସବ ପାଳନ ସମାରୋହ ହୋଇଛି। ଏଥିରେ ବୈତରଣୀ କେନାଲରୁ ୧୨୦କଳସ ପୂଜା କରି ଶୋଭାଯାତ୍ରାରେ ବାହାରି ପୂଜା ମଣ୍ଡପ ପର୍ଯ୍ୟନ୍ତ ନେଇଥିଲେ ଶ୍ରଦ୍ଧାଳୁ , ପରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ପରେ ରାତିରେ ପ୍ରଭୁଙ୍କୁ ବିମାନରେ ଗ୍ରାମ ପରିକ୍ରମା କରାଯାଇଥିଲା।ଏଥିରେ କର୍ତ୍ତା ଭାବେ ଅକ୍ଷୟ ବେହେରା ଓ ତାଙ୍କ ପତ୍ନୀ ମାମୀ ବେହେରା ବସିଥିବା ବେଳେ ପୂଜକ ଗୌରାଙ୍ଗ ମିଶ୍ର,ବୃନ୍ଦାବନ ସଡ଼ଙ୍ଗି, କୃଷ୍ଣଚନ୍ଦ୍ର ପାଢ଼ୀ ପୂଜା କାର୍ଯ୍ୟ କରିଥିବା ବେଲେ ଗ୍ରାମବାସୀଙ୍କ ପକ୍ଷରୁ ସିଦ୍ଧାନ୍ତ ପଲେଇ, ରଞ୍ଜନ ଘଡ଼େଇ,ବାବିନା ବେହେରା, ପପୁନୁ ଘଡ଼େଇ,ଜିତେନ୍ଦ୍ର ଖିଲାର, ହରିଆ ଖିଲାର, ମୁନା ପ୍ରଧାନ, ପିଲୁ ଘଡ଼େଇ, ମଣ୍ଟୁ ଖିଲାର, ମିଲୁ ଘଡ଼େଇ, ଗଗନ ଘଡ଼େଇ,ଲିକୁ ଖିଲାର, ଦଇତାରି ବେହେରା, ବିଜୟ ଖିଲାର,ସନାତନ ବେହେରା, କଳାକାର ଦାସ, ତ୍ରିନାଥ ଖିଲାର, ରଞ୍ଜନ ପ୍ରଧାନ, ଟୁନୁ ପ୍ରଧାନ ଓ ଗ୍ରାମବାସୀ ସହ ଯୋଗ କରିଥିଲେ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ