ଛାତ୍ରଛାତ୍ରୀ ମାନଙ୍କୁ ସର୍ପଘାତ ଓ ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୪.୦୯.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଲଳିତା ଦେଇପୁର ଶାସନ ଗ୍ରାମ ର ସରକାରୀ ହାଇ ସ୍କୁଲ୍ ଠାରେ ସୋମବାର ଦିନ ୧୧ଘଟିକା ସମୟରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ନବରଙ୍ଗପୁର ତରଫରୁ ସରକାରୀ ହାଇସ୍କୁଲ ଲଳିତା ଦେଈପୁର ଶାସନ ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସର୍ପାଘାତ ଓ ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା !
ଏଥିରେ ଜିଲ୍ଲା ପ୍ରଶାସନ ତରଫରୁ ଆସିଥିବା ପ୍ରଶିକ୍ଷକମାନେ ଛାତ୍ରଛାତ୍ରୀ ମାନଙ୍କୁ ସର୍ପାଘାତ ଓ ବଜ୍ରପାତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗୁଡିକ ଆଲୋଚନା କରିଥିଲେ ଏବଂ ସେଗୁଡିକ ପ୍ରତ୍ୟକ୍ଷ ଭାବରେ ପ୍ରଦର୍ଶନ କରାଇଥିଲେ ! ସର୍ପାଘାତ ହେଲେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନହୋଇ ଡ଼ାକ୍ତରୀ ଚିକିତ୍ସା କରିବା ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ! ଏଥିରେ ପ୍ରଧାନଶିକ୍ଷକ ଶ୍ରୀ ମୃତ୍ୟୁଞ୍ଜୟ ନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶ୍ରୀ କୃତ୍ତିଵାସ ଭୋଇ, ଶ୍ରୀ ସୀମାଞ୍ଚଳ ଭତ୍ରା ଶିକ୍ଷୟିତ୍ରୀ ଶ୍ରୀମତୀ ସାଗରିକା ମହାପାତ୍ର,ସନ୍ଧ୍ୟାରାଣୀ ତ୍ରିପାଠୀ, ପୁଷ୍ପାଞ୍ଜଳୀ ଦାଶ ଉପସ୍ଥିତ ଥିଲେ ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0