ଚିନ୍ତା ବଢ଼ାଇଲାଣି ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ

Feb 10, 2024 - 20:54
 0  68
ଚିନ୍ତା ବଢ଼ାଇଲାଣି ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ

ନୂଆପଡା : ଦୀର୍ଘଦିନ ହେଲା ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ ଜାରି ରହିଛି । ଦାବି ପୂରଣ ନ ହେବ ଯାଏଁ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଜିଦ୍ ଧରିଛନ୍ତି । ଫଳରେ ଗୃହପାଳିତ ପଶୁପକ୍ଷୀଙ୍କ ସୁରକ୍ଷା ଚିନ୍ତା ଦେଖାଦେଇଛି । ଏପରି ସମୟରେ ନୂଆପଡା ଜ଼ିଲ୍ଲାରେ ଅନେକ ଗାଈ ଗୋରୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାର ଦେଖିବାକୁ ମିଳୁଛି l ସାରା ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନରେ ନୂଆପଡା ଜ଼ିଲ୍ଲାର ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନରେ ସାମିଲ ଅଛନ୍ତି l ଜ଼ିଲ୍ଲାରେ ୧୮ଟି ପ୍ରାଣୀ ଚିକିତ୍ସକ କେନ୍ଦ୍ର ଥିଲାବେଳେ 8ଗୋଟି ପ୍ରାଣୀ ଚିକିତ୍ସକଙ୍କ କେନ୍ଦ୍ର ବିନା ପ୍ରାଣୀ ଚିକିତ୍ସକରେ ଚାଲିଛି l ଏଥିରୁ ଜଣାପଡ଼ୁଚିଛି ଯେ ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀମାନେ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଜ଼ିଲ୍ଲା ଓ ଆଖ ପାଖ ଅଞ୍ଚଳରେ ଅନେକ ଗାଈ ଗୋରୁ ରୋଗକ୍ରାନ୍ତ ହୋଇ ପଡିଛନ୍ତି ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ କେହି ପ୍ରାଣୀ ଚିକିତ୍ସକ ଗାଈ ମାନଙ୍କ ଚିକିତ୍ସା ପାଇଁ ଆସୁନାହାନ୍ତି ଫଳରେ କେତେକ ଗାଈ ଗୋରୁ ଅସୁସ୍ଥ ହୋଇ ପଡିଛନ୍ତି ଯଦି ଏମାଙ୍କର ମୃତ୍ୟୁ ହେଲେ ଏହାର ଦାଇ କିଏ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l ଏଠି ପ୍ରଶ୍ନ ହେଉଛି ଯଦି କୌଣସି ଗାଈ ଗୋରୁ ମୃତ୍ୟୁ ହେଲେ ଏହାର ବୀମା ରାଶି ପାଇବା ପାଇଁ ବ୍ୟବଚ୍ଛେଦ ରିପୋର୍ଟ ବାଧ୍ୟତାମୂଳକ ଥିବାବେଳେ ଏପରି ସମୟରେ ଜିଲ୍ଲା ପ୍ରଶାସନ ହରଡ଼ଘଣାରେ ପଡ଼ିଛି । ଏହାର ମୁକାବିଲା କିପରି ସରକାର କରିବେ ବୋଲି ଜନମତରେ ଆଲୋଚନା ହେଉଛି l

ନୂଆଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ