ଚିତ୍ରକୋଣ୍ଡା ବ୍ଳକ୍ ଧୁଳିପୁଟ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Jan 12, 2026 - 19:33
 0  5
ଚିତ୍ରକୋଣ୍ଡା ବ୍ଳକ୍ ଧୁଳିପୁଟ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି, ୧୨/୧/୨୬: ଚିତ୍ରକୋଣ୍ଡା ବ୍ଳକ୍ ଧୁଳିପୁଟ୍ ଗ୍ରାମ ପଞ୍ଚାୟତ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଚିତ୍ରକୋଣ୍ଡା ବିଡିଓ ପ୍ରିତା କୁମାର୍ ଓ ଏସଡିପିଓ ପ୍ରଦୋଷ ପ୍ରଧାନଙ୍କ ଉପସ୍ଥିତିରେ ୮୪ ଟି ଅଭିଯୋଗ ଗୁଡ଼ିକର ଶୁଣାଣୀ ହୋଇଛି। ତନ୍ମଧ୍ୟରୁ ୩୪ ଟି ବ୍ୟକ୍ତିଗତ ଓ ୫୦ ଟି ଗ୍ରାମ୍ୟ ସମସ୍ୟା ରହିଥିଲା। ତନ୍ମଧ୍ୟରୁ ୨୯ ଜଣଙ୍କୁ ବସୁନ୍ଧରା ଯୋଜନାରେ ଘରଡିହ ପଟ୍ଟା ପ୍ରଦାନ କରାଯାଇଥିଲା । ୨୭ ଜଣଙ୍କୁ ଶ୍ରମ କାର୍ଡ ପ୍ରଦାନ କରାଯାଇଥିବା ବେଳେ ୧୮ ଜଣ ଶ୍ରମିକଙ୍କ କାର୍ଡ ନବୀକରଣ କରାଯାଇଛି। ଅଭିଯୋଗ ଶୁଣାଣୀ ପରେ ସମସ୍ତ ଅଧିକାରୀ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନରେ ଯାଇ ମଧ୍ୟାହ୍ନ ଭୋଜନ ର ମାନ ପରଖିଛନ୍ତି । ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ