ଚାଷ କାର୍ଯ୍ୟରେ କୃଷିଯନ୍ତ୍ରପାତିର ବହୁଳ ବ୍ୟବହାର ;ଗାଁ ଦାଣ୍ଡରେ ଆଉ ଶୁଭୁନାହିଁ ଶଗଡର ଶବ୍ଦ କି ଚାଷୀ ମୁହଁରେ ହଲୁଆ ଗୀତ
କୋଲାବିରା, ୧୧ ।୧୧,(ଫାହ ନ୍ୟୁଜ ଓଡିଶା):ଝାରସୁଗୁଡା ଜିଲ୍ଲାର ଆଦିବାସୀ ଅଧୁଷିତ କିର୍ମିରା,ଲଇକେରା,କୋଲାବିରା ଅଂଚଳରେ ଧରେ ଧୂରେ ବଢିବାରେ ଲାଗିଛି ଶ୍ରମିକ ସମସ୍ୟା ।ଏହାର ସିଧା ସଳଖ ପ୍ରଭାବ ପଡୁଛି ଚାଷ କାର୍ଯ୍ୟ ଉପରେ । ୧୫-୨୦ ବର୍ଷ ଆଗରୁ ଅଂଚଳର ଚାଷୀମାନେ ଶ୍ରମିକ ଲଗେଇ ଚାଷ କାର୍ଯ୍ୟ କରୁଥିଲେ । ଏବେ ଶ୍ରମିକ ସମସ୍ୟା ଯୋଗୁଁ ମେସିନ୍ ଗୁଡିକ ଉପରେ ଭରଷା କରି ଚାଷୀ ଚାଷ କାର୍ଯ୍ୟ କରୁଥିବା ଦେଖିବାକୁ ମିଲୁଛି ।ଚାଷୀ ଶ୍ରମିକ ନପାଇ ହଳ ଲଙ୍ଗଳ ବଦଳରେ ଥେସର,ହାର୍ଭେଷ୍ଟର,ପାୱାର ଟିଲର,ଟ୍ରାକ୍ଟର,ଲେବଲର,ଟ୍ରାନ୍ସପ୍ଳାନଂଟର ଭଳି ଯନ୍ତ୍ରପାତି ଗୁଡିକ ଚାଷ କାର୍ଯ୍ୟରେ ବହୁଳ ଭାବରେ ବ୍ୟବହୃତ ହେଉଥିବା ଦୃଶ୍ୟମାନ ହେଉଛି ।
ହଳ ଲଙ୍ଗଳର ବ୍ୟବହାର ତ ଏକ ପ୍ରକାର ବିଲୁପ୍ତ ହୋଇଗଲାଣି କହିଲେ ଅତ୍ୟୁକ୍ତି ହେବନାହିଁ । ବଳଦ ଯୋଖା ଶଗଡ ଗାଡି ଆଉ ଗ୍ରାମାଚଂଳରେ ମଧ୍ୟ ଦେଖିବାକୁ ମିଲୁନାହିଁ । ଚାଷୀ ବହଳ ଲଙ୍ଗଳ ବଦଳରେ ଟ୍ରାକ୍ଟର ଓ ପାଓ୍ବାର ଟିଲର ର ବ୍ୟବାହର କାହିଁ ୩୦ ବର୍ଷ ତଳୁ କରି ଆସୁଛନ୍ତି । ହେଲେ ଧାନ କାଟିବା ପାଇଁ ଖଳା କରି,ଧାନ କାଟି ଆଣି ଖଳାରେ ଟ୍ରାକ୍ଟର ସାହାର୍ଯ୍ୟରେ କିମ ଗୋରୁ ସାହାର୍ଯ୍ୟରେ ମଳିବା ଭଳି ପ୍ରକ୍ରୀୟା ଚାଲି ଆସୁଥୁଲା ଧାନ ଅମଳ ସମୟରେ । ହେଲେ ଏବେ ଗତ ପାଂଚ ସାତ ବର୍ଷ ହେଲାଣି ଥେସର ଓ ହାରଭେଷ୍ଟର ଭଳି କୃଷି ଯନ୍ତ୍ର ଧାନ ଅମଳର ମୁଖ୍ୟ ମାଧ୍ୟମ ସାଜିଥିବା ଦେଖିବାକୁ ମିଲୁଛି । କୋଲାବିରା ଅଂଚଳ ଏକ ଅଣଜଳସେଚିତ ଅଂଚଳ ହୋଇଥିବା ବେଳେ ଏଠିକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷକାର୍ଯ୍ୟ କରିଥାନ୍ତି ।ଏଣୁ ପ୍ରାୟତଃ ଗୋଟିଏ ସମୟ ଅବଧୂର ଧାନ ଚାଷ କରାଯାଉଥିବାରୁ ଧାନ ସବୁ ଏକା ସାଙ୍ଗରେ ପାଚି ଯାଉଛି । ଯାହା ଫଳରେଗୋଟିଏ ସମୟରେ ଏବଂ ଗୋଟିଏ ସପ୍ତାହ ମଧ୍ୟରେ ଧାନ କାଟିବାକୁ ପଡୁଥିବାରୁ ପର୍ଯ୍ୟାପ୍ତ ଶ୍ରମିକ ଆବଶ୍ୟକତାକୁ ପୂରଣ କରିନପାରି ଚାଷୀବାଧ୍ୟ ହେଉଛି ଥେସର ,ପାଓ୍ବାର ଟିଲରରେ ଧାନ ମଳିବା ପାଇଁ । ହାରଭେଷ୍ଟର ଓ ଥେସରରେ ଧାନ ମଳିଲେ ପାଳ ସବୁ ଗୁଣ୍ଡ ହୋଇଯାଉଥିବାରୁ ଗୋରୁଙ୍କ ପାଇଁ ପାଳ ଟିକେ ମିଳି ପାରୁନାହିଁ । ଫଳରେ ଚାଷୀ ଆଉ ଗାଈ ଗୋରୁ ରଖିବା ପାଇଁ ମଧ୍ୟ ମଙ୍ଗୁ ନାହାଁନ୍ତି । କୋଲାବିରା ଅଂଚଳରେ ଚାଷ କାର୍ଯ୍ୟପାଇଁ ଜଳସେଚନର ସୁବ୍ୟବସ୍ଥା ନଥିବାରୁ ପ୍ରାୟତଃ କେବଳ ଗୋଟିଏ ଖରିଫ୍ ସିଜନରେ ହିଁ ଚାଷ ହୋଇଥାଏ । ଏହି ସମୟତକ ପାଖାପାଖୁ ତିନି ଚାରି ମାସଅଂଚଳର ଶ୍ରମିକ ମାନଙ୍କୁ ମଧ୍ୟ ଆଉ କାମ ମିଳିପାରୁନାହିଁ । ଫଳ ସ୍ବରୁପ ଶ୍ରମିକ ବିଭିନ୍ନ କଳକାରଖାନା ମୁହାଁ ହେବା ସହ ଅନେକେ ଦାଦନ ଖଟିବାକୁ ବାହାରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଦାଦନ ଖଟିବାକୁ ବାହାରକୁ ଯାଉଥିବା ଶ୍ରମିକ ମାନେ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ସମୟରେ ଥରେ ଗାଁ କୁ ଫେରିଥାନ୍ତି । ନୂଆଁଖାଇ ସାରିଲେ ପୁଣି ଦାଦନ ଖଟିବା ପାଇଁ ବାହାର ରାଜ୍ୟ ଗୁଜୁରାଟ,କେରଲ,ଆନ୍ଧ୍ରପ୍ରଦେଶ, ଗୋଆ,ତାମିଲନାଡୁକୁ ଚାଳିଯାଇଥାନ୍ତି । ଏବେ ଧାନ ଅମଳର ସିଜନ ଚାଲିଛି ଗୋଟାଏ ସପ୍ତାହ କି ୧୦ ଦିନ ମଧ୍ୟରେ ଛୋଟ ଓ ମଧ୍ୟମ ସମୟ ଅବଧୂର ଧାନ ଅମଳ ସରିଯିବ । ଅଧୁକ ସମୟ ଅବଧୂର ଧାନମାତ୍ର ୧୦ ପ୍ରତିଶତ ୧୫-୨୦ ଦିନ ପରେ ଅମଳ କରାଯିବ । ଆସନ୍ତା ୨୫ ରୁ ପ୍ୟାକ୍ସ ଗୁଡିକ ମାଧ୍ୟମରେ ଧାନ ସଂଗ୍ରହ କରିବେ ସରକାର ।ଏବେ କୋଲାବିରା ଅଂଚଳରେ ଚାଷୀ ବିଳ ଗୁଡିକରେ ହାର୍ଭେଷ୍ଟର ସବୁ ଲଗେଇ ଦିନରାତି ଧାନ କାଟୁଥିବା ଦେଖିବାକୁ ମିଲୁଛି । ଧାନ ସଂଗ୍ରହ ତ ସୁବିଧାରେ ହୋଇଯାଉଛି ।ତା ସାଙ୍ଗକୁ ଚାଷୀକୁ ନା ଖଳା କରିବାକୁ ପଡୁଛି ନା ପାଳ ସଂଗ୍ରହର ସମସ୍ୟା । ଚାଷୀ ମେସିନ ଗୁଡିକ ଉପରେ ସମ୍ପୁର୍ଣ ନିର୍ଭଶୀଳ ହେଉଥିବା ବେଳେ ଶ୍ରମିକ ସମସ୍ୟା ଜନିତ କାରଣରୁ ଚାଷ କାର୍ଯ୍ୟରୁ ଓହରି ଯାଇଥିବା ଚାଷୀ ମଧ୍ୟ ଚାଷ କରିବାକୁ ଆଗେଇ ଆସୁଥୁବା ଏବଂ ମେସିନ ସହାୟତାରେ ଚାଷ କାର୍ଯ୍ୟ ସୁରୁଖୁରୁରେ କରିପାରୁଥିବାରୁ ପଡିଆ ପଡିରହିଥିବା ଚାଷ ଜମିରେ ମଧ୍ୟ ଚାଷ କରାଯାଉଥିବା ଦେଖିବାକୁ ମିଳୁଛି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ବିଶେଷ କରି ଗାଁ ଦାଣ୍ଡରେ ଆଉ ଶୁଭୁନାହିଁଶଗତର ଶବ୍ଦ ଓ ଚାଷୀ ମୁହଁରେ ହଲୁଆ ଗୀତ । ଏକଦା ଶଗତ ଥିଲା ଆଭିଜାତ୍ୟର ଚିହ୍ନ । ଲୋକେ ଗର୍ବ କରୁଥିଲେ ପାଖରେ ଶଗଡ ଗାଡି ରଖୁ । ବାହାଘର ହେଲେ ବର ଯାଉଥିଲା ଶଗଡ ଗାଡିରେ । ଝିଅଟିଏ ମଧ୍ୟ ବାହାଘର ପରେ ସୁସଜ୍ଜିତ ଶଗଡ ଗାଡିରେ ତା ଶାଶୁ ଘରକୁ ଯାଉଥିଲା । । ବଳଦମାନେ ବି ପାଉଥିଲେ ପୂଜା ଓ ସମାନ ।
ପର୍ବପର୍ବାଣୀ ହେଲେ ସଜା ହେଉଥିଲା ଶଗଡ ଗାଡି । ଶଗଡ ଗାଡି ହିଁ ଚାଷୀଟିଏ କରୁଥିବା ଅହରହ ପରିଶ୍ରମର ଏକମାତ୍ର ସାକ୍ଷୀ । ବିନା ଇଂଜିନ, ବିନା ଇନ୍ଧନରେ ମାଇଲ ମାଇଲ ଗଡୁଥିବା ଶଗଡ ଗାଡି ଆଜି ମୃତ ପ୍ରାୟ । ଆଉ କେହି ଲୋଡୁ ନାହାଁନ୍ତି ତାକୁ ଗାଁଠାରୁ ସହର ସବୁଆଡେ ଏବେ ଶବ୍ଦ ପ୍ରଦୁଷଣ କରୁଥିବା ବିଭିନ୍ନ କମ୍ପାନୀର ଟ୍ରାକ୍ଟର ଓ ପାଓାରଟିଲରର ସାମ୍ରାଜ୍ୟ । ଶଗଡଗାଡି ଧୀରେ ଧୀରେ ଗଡ଼ୁ ଗଡ଼ୁ କେତେବେଳେ ଏତେ କ୍ଷୀପ୍ର ଗତିରେ ସମୟ କୋଳରେ ବିଲୀନହୋଇଯିବ, ଏଧାରଣା ହୁଏତ କାହାର ନ ଥିଲା । କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ (ଫାଷ୍ଟ ନ୍ୟୁଜ ଓଡିଶା)
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0