ଚମ୍ପଟ ମାରିଥିବା ସୁନାଚେନ ଲୁଟେରା ଗିରଫ

Sep 7, 2025 - 10:23
 0  60
ଚମ୍ପଟ ମାରିଥିବା ସୁନାଚେନ ଲୁଟେରା ଗିରଫ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୦୭.୦୯.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ଅଞ୍ଚଳଗୁମା ପଞ୍ଚାୟତ ସଦର ମହକୁମାର ନାରାୟଣ ବିଷୋୟୀଙ୍କ ଝିଅ ଗ୍ରେସୀମଣି ବିଷୋୟୀ ସନ୍ଧ୍ୟା ସମୟରେ ନିଜ ସାହିରେ ଥିବା ନଳକୂପରୁ ପାଣି ଆଣିବା ସମୟରେ ଜଣେ ଦୁର୍ବୃତ୍ତ ବେପାରୀ ତାଙ୍କ ବେକରୁ ସୁନାଚେନ ଛିଣ୍ଡାଇ ଚମ୍ପଟ ମାରିଥିଲା ! ଏନେଇ ପରିବାର ପକ୍ଷରୁ ଗତ ୫ ତାରିଖରେ ତେନ୍ତୁଳୀଖୁଣ୍ଟି ଥାନାରେ ଏତଲା ଦିଆଯାଇଥିଲା ! ଉକ୍ତ ଅଭିଯୋଗକୁ ଭିତ୍ତିକରି ଥାନାରେ କେସ ନଂ ୧୮୯/୨୫ ରେ ଏକ ମାମଲା ରୁଜୁ କରାଯିବା ସହିତ ଥାନା ଅଧିକାରୀ ପ୍ରଣବ କୁମାର ଟୁଡୁଙ୍କ ନେତୃତ୍ୱରେ ସବ୍ ଇନ୍ସପେକ୍ଟର ମହେଶ୍ୱର କିର୍ଷାନୀ ଏକ ଟିମ୍ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ! ଗତ ୭ ତାରିଖରେ ପୂଜାରୀଗୁଡା ଗ୍ରାମର ତ୍ରିବେଣୀ ଛକ ଠାରେ ଚମ୍ପଟ ମାରିଥିବା ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ! ଗିରଫ ହୋଇଥିବା ଲୁଟେରା ଜଣକ କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅନ୍ତର୍ଗତ ଡୁମୁରୀପଦର ଗ୍ରାମ ନିଖିଳ ଦଣ୍ଡସେନା ( ୨୧ ) ବୋଲି ଜଣାପଡିଛି ! ଅଭିଯୁକ୍ତଙ୍କ ଠାରୁ ଅଢେଇ ତୋଳା ସୁନାଚେନ ଉଦ୍ଧାର କରାଯିବା ପରେ କେସ ନଂ ୩୦୯ ( ୬ ) ଭାରତୀୟ ଆଇନ ସହାୟତାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ