।। ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କୁ ଦିଲ୍ଲୀରୁ ଡାକରା, ଯୁବରାଜ ଏବଂ ଆସମତି ଛତ୍ରିଆ ସ୍ୱତନ୍ତ୍ର ଅତିଥି, ଖାଲି ପାଦରେ ଯାତ୍ରା କରିବେ ପଲ୍ଲୀରୁ ଦିଲ୍ଲୀ l

Aug 12, 2023 - 12:04
 0  25
।। ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କୁ ଦିଲ୍ଲୀରୁ ଡାକରା, ଯୁବରାଜ ଏବଂ ଆସମତି ଛତ୍ରିଆ ସ୍ୱତନ୍ତ୍ର ଅତିଥି,  ଖାଲି ପାଦରେ ଯାତ୍ରା କରିବେ ପଲ୍ଲୀରୁ ଦିଲ୍ଲୀ l

ନୂଆପଡା : (କୋରାପୁଟ ପ୍ରଥମ ଖବର )ନୂଆପଡା ଜ଼ିଲ୍ଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟରୁ ଚକୋଟିଆ ଭୁଞ୍ଜିଆ ଜନଜାତି ଯୁବରାଜ ଛତ୍ରିଆ ଏବଂ ତାଙ୍କ ସ୍ତ୍ରୀ ଆସମତି ଛତ୍ରିଆଙ୍କୁ ଦିଲ୍ଲୀରେ ହେବାକୁ ଥିବା ସ୍ୱାଧୀନତା ଦିବସରେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ ଆସିଅଛି l ଏହାକୁ ନେଇ ଆଦିବାସୀ ଦମ୍ପତି ବେଶ ଆନନ୍ଦିତ l ସୁନାବେଡା ଅଭୟାରଣ୍ୟ ଅଧିଷ୍ଠାତ୍ରୀ ଦେବୀ ମଁl ସୁନଦେଇଙ୍କ ଗଡବାସୀ ହୋଇଥିବାରୁ ଖାଲି ପାଦରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା କରିବେ "ସ୍ୱାଧୀନ ସଂଗ୍ରାମରେ ଆଦିବାସୀ ମାନଙ୍କ ବଳିଦାନ କୁ ମନେ ପକାଇ ନିଜେ ଗର୍ବିତ ଥିବା ଯୁବରାଜ ପ୍ରକାଶ କରିଛନ୍ତି l ଜଣେ ଆଦିବାସୀ ରୂପେ ଟିଭିରେ ଦେଖୁଥିବା ସ୍ୱାଧୀନତା ଦିବସ କୁ ନିଜସ୍ୱ ଚୁକ୍ଷୁରେ ଦେଖିବାର ଅଜବ ଉତ୍ସାହ ମିଳେ l ଏହି ସ୍ୱାଧୀନତା ଦିବସ ର ସାକ୍ଷୀ ରୂପେ ତାଙ୍କୁ ବାଛି ଥିବାରୁ ସେ ନିଜକୁ ଧନ୍ୟ ମନେ କରିଛନ୍ତି l "ପ୍ରଧାନମନ୍ତ୍ରୀ ଙ୍କ କିସାନ ନିଧି ଯୋଜନାରେ 2 ହଜାର ଲେଖାଁଏ 14 କିସ୍ତିରେ 28 ହଜାର ଟଙ୍କା ପାଇଥିବାବେଳେ ସେହି ଅର୍ଥରେ ନିଜେ ଚାଷ ଜମିରେ ଖର୍ଚ୍ଚ କରିଛନ୍ତି l ନିଜ ଜମିରେ ଧାନ ଚାଷ ସହ (ମିଲେଟ) କ୍ଷୁଦ୍ର ଶସ୍ୟ ଚାଷ କରିଛନ୍ତି l

 ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ