ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସ୍ବାସ୍ଥ୍ୟ ଶିବିର

Sep 1, 2024 - 03:18
 0  11
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସ୍ବାସ୍ଥ୍ୟ ଶିବିର

ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ସ୍ବାସ୍ଥ୍ୟ ବିଭାଗ ଇନ୍ ଚାର୍ଜ ଡ.ନବ କିଶୋର କୁଣ୍ଡୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିବା ବେଳେ ବ୍ଲକରେ ଥିବା ପ୍ରାୟ ୩୪୮ ଜଣ ନିଜ ନିଜ ନାମ ପଞ୍ଜିକରଣ କରି ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ।ଏହି ଶିବିର ସମ୍ପୂର୍ଣ ମାଗଣା ହୋଇଥିବା ବେଳେ ଆଗକୁ ପ୍ରତ୍ୟେକ ମାସର ଶେଷ ଶନିବାର ଦିନ ଏହି ଶିବିର ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ପର୍ଯ୍ୟାୟ ଭାଗ ତରଫରୁ ସୂଚନା ମିଳିଛି।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଗୁରେଶ୍ୱର ଭୋଇ,ବିପିମ୍ଓ ସନ୍ତୋଷିନି ପଣ୍ଡା,ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଗୀତାଞ୍ଜଳୀ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ସମସ୍ତ ଡ଼ାକ୍ତର ଉପସ୍ଥିତ ରହି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ