।। ଗୋଷ୍ଠି ସହାୟିକାଙ୍କ ପାଇଁ ବ୍ଲକର ଦ୍ବାରସ୍ଥ ହେଲେ SHG ମହିଳା ।।
ରାଜ୍ୟ ସରକାର ମହିଳା ମାନଙ୍କୁ ରଜଗାର ଯୋଗେଇ ଦେବା ସହ ମହିଳା ସଶକ୍ତି କରଣ କରିବା ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର SHG ମହିଳାଙ୍କୁ ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ କରିବା ପାଇଁ ପ୍ରତ୍ୟେକ ବ୍ଲକରେ ମହିଳା ମାନଙ୍କୁ ରାଜଗାର ଗନ୍ଥାର ଦାୟିତ୍ଵ ଦେଇ ବିଭିନ୍ନ ସହାୟିକା ପଦରେ ରଖିଛନ୍ତି ।
କିନ୍ତୁ ଦାୟିତ୍ୱରେ ଥିବା ଏକ ଗୋଷ୍ଠି ସହାୟିକା SHG ମହିଳାଙ୍କୁ ଅଣ ଦେଖା କରୁଥିବା ନେଇ ଏକ ଅଭିଯୋଗ ସାମ୍ନାକୁ ଆସିଛି । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ କେନ୍ଦୁଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଝୀଗୁଡ଼ା ଗ୍ରାମର ଚାରିଟି SHG ମହିଳା ଏକତ୍ରିତ ହୋଇ ଗୋଷ୍ଠି ସହାୟିକାଙ୍କ ବିରୁଦ୍ଧରେ ବୈପାରିଗୁଡ଼ା ବିଡ଼ିଓଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି । SHG ମହିଳାଙ୍କ ଅଭିଯୋଗ ଅନୁଯାୟୀ କେନ୍ଦୁଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହୁଣ୍ଡି ଭଟା ଓ ମାଝିଗୁଡ଼ା ଗ୍ରାମର SHG ମହିଳା ମାନଙ୍କୁ ପରିଚାଳିତ କରୁଥିବା ଗୋଷ୍ଠି ସହାୟିକା କୁମାରୀ ଗୌଡ଼ ମାଝିଗୁଡ଼ା ଗ୍ରାମର SHG ମହିଳାଙ୍କୁ ଅଣ ଦେଖା କରୁଥିବା ଅଭିଯୋଗ କରିଛନ୍ତି । ଏମିତିକି SHG କରିବା ନିୟମ ଅନୁସାରେ ପ୍ରତ୍ୟେକ ମାସରେ ବୈଠକ କରିବା, ଖାତା ପତ୍ର ଲେଖାଲେଖି କରିବା ଇତ୍ୟାଦି ବିଷୟରେ କିଛି ନ ଜଣେଇ ମନଇଚ୍ଛା କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ SHG ମହିଳାଙ୍କୁ ମିଳିଥିବା ମେଶିନାରି ଯନ୍ତ୍ର ମିଶନ ଶକ୍ତି ଗୃହଭିତରେ ନରଖି ନିଜ ଘରେ ବ୍ୟବହାର କରୁଥିବା ସହ ଗ୍ରାମର କୌଣସି ଲୋକ ମେଶୀନାରି ଯନ୍ତ୍ରରେ କାର୍ଯ୍ୟ କରେଇବାକୁ ନେଲେ ଗୋଷ୍ଠି ସହାୟିକା ଅଧିକ ମାତ୍ରାରେ ଭଡ଼ା ନେଉଥିବା ସହ ଆଜିକୁ ଦୁଇ ବର୍ଷ ହବ ଖାତାରେ ରେଜୁଲେସନ ଲେଖୁନଥିବା କହିଛନ୍ତି ।
ସବୁଠୁ ବୋଡ଼ କଥା ହେଲା SHG ମହିଳା ମାନଙ୍କ ଠାରୁ ଲୋନ କରେଇ ଦେବି ବୋଲି ଜଣ ଜଣଙ୍କ ପିଛା ପାଞ୍ଚଶହ ଟଙ୍କା ଆଦାୟ କରୁଥିବା ଅଭିଯୋଗ କରିଛନ୍ତି SHG ମହିଳା। ତେବେ SHG ମହିଳାଙ୍କୁ ଏହି ପରି ଅଣ ଦେଖା କରି ଘଟାଲା କାମ କରିଥିବା ନେଇ ଚାରିଟି SHG ମହିଳାଙ୍କ ସମେତ ଗ୍ରାମର ୱାର୍ଡ଼ ମେମ୍ବର୍ ମିଳିତ ଭାବେ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇ ମାଝୀ ଗୁଡ଼ା ଦାୟିତ୍ୱରେ ଥିବା ଗୋଷ୍ଠି ସହାୟିକା କୁମାରୀ ଗୌଡ଼ଙ୍କୁ କାର୍ଯ୍ୟରୁ ବାହାର୍ କରି ଗ୍ରାମର ଅନ୍ୟ ଏକ ସଦସ୍ୟଙ୍କୁ ଗୋଷ୍ଠି ସହାୟିକା କାର୍ଯ୍ୟ କାରିଣୀ ଭାବେ ନିଯୁକ୍ତି ଦିଆଯାଉ ବୋଲି ବୈପାରିଗୁଡ଼ା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଯଦି ଏହାର ସମାଧାନ କରାନଯାଏ ତେବେ ଆମେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବୁ ବୋଲି ଚେତା ବନି ଦେଇଛନ୍ତି। ଏପଟେ OLM ଦାୟିତ୍ୱରେ ଥିବା ଧବଳେଶ୍ଵର ସୁନାଙ୍କୁ ପଚାରିବାରୁ ମାଝିଗୁଡ଼ା SHG ମହିଳାଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି।
ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0