।। ଗୋବିନ୍ଦାବାଟୀରେ ଦଶହରା ମହୋତ୍ସବ ଉଯାପିତ ।।

Oct 16, 2024 - 21:09
 0  158
।। ଗୋବିନ୍ଦାବାଟୀରେ ଦଶହରା  ମହୋତ୍ସବ ଉଯାପିତ ।।

ଯାଜପୁର ତା ୧୬/୧୦ ରିଖ ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ଗ୍ରାମପଞ୍ଚାୟତର ଗୋବିନ୍ଦାବାଟି ଠାରେ ଦଶହରା ଉପଲକ୍ଷେ ଗୋବିନ୍ଦାବାଟି ଦଶହରା ପୂଜା କମିଟି ମହୋତ୍ସବ ରତ୍ନାକର ସାହୁଙ୍କ ସଭାପତିତ୍ବରେ ବିଜୟା ଦଶମୀ ଠାରୁ ଆରମ୍ଭକରି ପାଞ୍ଚଦିନ ବ୍ୟାପି ଓଡିଶାର ଲୋକ କଳା ଓ ଓଡ଼ିଆ ଅସ୍ମିତା ଉପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ସହ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ବରୀ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୂଖ୍ୟବକ୍ତା ଭାବେ ଅଜୟ ସାହୁ ଓ ସମ୍ମାନିତଅତିଥି ଭାବେ ଶିକ୍ଷକ ମନୋଜ କୁମାର ସାହୁ, ସମାଜସେବା ସତ୍ୟରଞ୍ଜନ କର ଓ ଗୟାଧର ନାଥ ଯୋଗ ଦେଇ ଗୋବିନ୍ଦାବାଟି ଦଶହରା ପୂଜା କମିଟିର ପ୍ରୟାସକୁ ପ୍ରଶଂସା କରିଥିଲେ l ଉକ୍ତ ସଭାରେ ଅବସର ପ୍ରାପ୍ତ ଶିକ୍ଷକ ଆନନ୍ଦ ଚନ୍ଦ୍ର ସାହୁ ଓ ଧନେଶ୍ୱର ରାଉତଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ଗଗନ ବିହାରୀ ସାହୁ ଅତିଥି ପରିଚୟ ଦେଇଥିବା ବେଳେ ଅନୁଷ୍ଠାନର ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ ସ୍ୱାଗତ ଅଭିଭାଷଣ ଦେଇଥିଲେ ଓ ସନ୍ତୋଷ ସାହୁ ଧନ୍ୟବାଦ ଦେଇଥିଲେ l ପ୍ରକାଶଥାଉକି ଅଶୋକ କୁମାର ପୃଷ୍ଟି ଓ ସାଥିମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବା ବେଳେ କମିଟି ପକ୍ଷରୁ ପ୍ରତ୍ୟେକ ଦିନ ଦରିଦ୍ର ନାରାୟଣ ପୂଜା କରାଯାଇଥାଏ, ବିଦ୍ୟାଳୟ ସ୍ତରୀୟ ଛାତ୍ର ଛତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ, ପୁଚି, ଦଉଡି ଡିଆଁ, ପ୍ରବନ୍ଧ, ବକୃତା, ନାଚ, ଗୀତ, ଅଭିନୟ ଇତ୍ୟାଦି ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଆନନ୍ଦ ସାହୁ, ବିଶ୍ୱନାଥ ସାହୁ, ମନୋଜ ସାହୁ, ପରେଶ ସାହୁ, ଗୋପୀନାଥ ସାହୁ, ଅନନ୍ତ କୁମାର ସାହୁ, ସହଦେଵ ସାହୁ, ରଞ୍ଜନ ସାହୁ, ପ୍ରଦୀପ ସାହୁ, ପ୍ରମୋଦ ସାହୁ, ସୁବ୍ରତ ସାହୁ, ଜନ୍ମେଜୟ ସାହୁ, ବୃନ୍ଦାବନ ସାହୁ, ଅସିତ ସାହୁ, ସରୋଜ ସାହୁ, ସଞ୍ଜୟ ସାହୁ, ଅନିରୁଦ୍ଧ ସାହୁ ଧର୍ମାନନ୍ଦ ସାହୁ, ଅନିଲ ସାହୁ, ପ୍ରଭାତ ସାହୁ, ସଂଜୀବ ସାହୁ, ନକୁଳ ସାହୁ, ଅଶୋକ ସାହୁ, ବିନୋଦ ସାହୁ, ରଜତ ସାହୁ, ଦେବାଶିଷ ସାହୁ, ସତ୍ୟଜିତ ସାହୁ, ପ୍ରମୋଦ ସାହୁ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ l

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ