ଗେଟ୍‌ ଚାବି ପକାଇବାକୁ ଆସିଥିଲେ ଏଏନଏମ୍‌ ଙ୍କୁ ଜଗିରହିଥିଲେ ଦୁର୍ବୃତ୍ତ ଆଖିକୁ ମାରିଦେଲେ ବାଟଲିଖଡାରେ

Nov 26, 2025 - 12:27
 0  80
ଗେଟ୍‌ ଚାବି ପକାଇବାକୁ ଆସିଥିଲେ ଏଏନଏମ୍‌ ଙ୍କୁ ଜଗିରହିଥିଲେ ଦୁର୍ବୃତ୍ତ ଆଖିକୁ ମାରିଦେଲେ ବାଟଲିଖଡାରେ

ବାଲିଗୁଡ଼ା/ଦାରିଙ୍ଗବାଡି,୨୬/୦୨୫(ଫାଷ୍ଟ ନ୍ୟୁଜ୍ ଓଡ଼ିଶା): ଜଣେ କାର୍ଯ୍ୟରତ ଏଏନ୍‌ଏମଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକ ବାଟଲିଖଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ଏଏନଏମଙ୍କ ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଗୁରୁତର ଏଏନଏମ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ସୋନପୁର ପଞ୍ଚାୟତର ବୁଲିଦେଇ ସାହୁ। ସେ ତାଙ୍କ ସରକାରୀ ବାସ ଭବନରେ ଅନଲାଇନ୍‌ରେ କାର୍ଯ୍ୟ କରୁଥିଲେ। ଘର ସମ୍ମୁଖ ଗେଟ ଚାବି ପକାଇବାକୁ ରାତି ପ୍ରାୟ ୮ ଟାରେ ବାହାରକୁ ବାହାରିବା ସମୟରେ ପୂର୍ବରୁ ଜଗି ରହିଥିବା ଅସାମାଜିକ ଯୁବକ ଜଣକ ହଟାତ ବୁଲିଦେଇ କିଛି ବୁଝିବା ପୂର୍ବରୁ ବାଟଲିଖଡରେ ଆକ୍ରମଣ କରିଥିଲେ। ଗୁଡ଼ି ଯାଇ ଏଏନଏମଙ୍କ ପିନ୍ଧିଥିବା ଚଷମାକୁ ମାଡ଼ ହୋଇ ଚଷମା ଗ୍ଲାସ ସମେତ ଗୁଡ଼ିଟି ଆଖି ଭିତରେ ପଶିଯାଇଥିବା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସମନ୍ତରାୟ କହିଛନ୍ତ। ଗୁରୁତର ଏଏନଏମଙ୍କୁ ପ୍ରଥମେ ଦାରିଙ୍ଗବାଡି ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର ନିଆଯାଇଥିବା ଏଏନଏମଙ୍କ ସ୍ବାମୀ ଶିତିକାନ୍ତ ସାହୁ କହିଛନ୍ତି। ଯୁବକ ଆକ୍ରମଣ କରିବା ପାଇଁ ଭିତରକୁ ପ୍ରବେଶ କରିବା ଓ ଆକ୍ରମଣର ଘଟଣା ସିସି କ୍ୟାମେରାରେ ଉତ୍ତୋଳନ ହୋଇଥିବା ଜଣାପଡିଛି। ଉକ୍ତ ଅସାମାଜିକ ଯୁବକଙ୍କୁ ସିସି କ୍ୟାମେରାରେ ଦେଖିବା ପରେ ଚି଼ହ୍ନଟ କରି ତାକୁ ପରିବାର ଲୋକ କାବୁ କରି ଦାରିଙ୍ଗବାଡି ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଘଟଣାକୁ ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗୁରୁତର ଭାବେ ନିଆଯାଇଛି। ଥାନାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିବା ଇନଚାର୍ଜ ଡାକ୍ତର ସାମନ୍ତରାୟ କହିଛନ୍ତି। ତେବେ ପୂର୍ବଶତ୍ରୁତା ନା ଆଉ କେଉଁ କାରଣ ପାଇଁ ଏଭଳି ଘଟିଛି ଦାରିଙ୍ଗବାଡି ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ