।। ଗାଁ ସାଥୀ ହେଲା ପୋଲିଂଏଜେଣ୍ଟ ସରକାରୀ ନିୟମ ର ଖୁଲମ୍ ଖୁଲା ଉଲଘଂନ ।।

May 21, 2024 - 19:44
 0  104
।। ଗାଁ ସାଥୀ ହେଲା ପୋଲିଂଏଜେଣ୍ଟ ସରକାରୀ ନିୟମ ର ଖୁଲମ୍ ଖୁଲା  ଉଲଘଂନ ।।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମହୁଲ ପଡା ପଞ୍ଚାୟତ ଅଧୀନ ରେ ଥିବା ଗୁଲମି ଗାଁ ୧୧୪ ନମ୍ୱର ବୁଥ ଭିତରେ ଭୋଟ ଚାଲିଥିବା ବେଳେ ଗୁଲମୀ ଗାଁ ର ଗାଁ ସାଥି ନିଜେ ବି ଜେ ଡି ପାର୍ଟି ଟୁକୁ ନି ସାହୁ ଙ୍କ ଏଜେଣ୍ଟ ରହି ଗୁଣ୍ଡା ରାଜ ଚଲେଇ ଥିବାର ପ୍ରମାଣ ମିଳିଛି । ଭୋଟ ସମୟରେ ବି ଜେ ପି କର୍ମୀ ଗୁଲ୍ ମି ଗାଁ ର ଶ୍ରୀବତ୍ସ ମାଝୀ ଗାଁ ସାଥି ରୋହିତ ବାଗ ଏଯେଣ୍ଟ ନ ରହିବା ପାଇଁ ଦାବି କରି ଥିଲେ ସେହି ସମୟ ରେ ରୋହିତ ବାଗ ଶ୍ରୀବତ୍ସ ମାଝୀ ଙ୍କୁ ଧକ୍କା ମାରି ଥିବା ଭିଡିଓ ମାଧ୍ୟମରେ ଭାଇରାଲ ହୋଇଛି । ରୋହିତ ବାଗ ଜଣେ ଗାଁ ସାଥି ଏଜେଣ୍ଟ ରହିବା ନିଶ୍ଚିତ ଭାବେ ଏକ ନିର୍ଦ୍ଧିଷ୍ଟ ଦଳର କାମ କରିବା ପାଇଁ ଚେଷ୍ଟା ଚଳାଇଥିବା ଅଭିଯୋଗ ହୋଇଛି। ନିକଟ ରେ ନିର୍ବାଚନ କମିଶନ ଘୋଷଣା କରିଥିଲେ ଯେ କୌଣସି ସରକାରଙ୍କ ପଦ ପଦବୀ ରେ ଥିବା କର୍ମଚାରୀ ମାନେ ଏମିତି କି କୌଣସି ଦଳର ସଭାରେ କିମ୍ବା କୌଣସି ଦଳ ପାଇଁ ପ୍ରଚାର ଓ କିଛି କାମ କରିବାକୁ ଚେଷ୍ଟା କଲେ ତାକୁ ବହିସ୍କାର କରିବା ପାଇଁ ସରକାର ଘୋଷଣା କରିଥିଲେ। ଆଶା କର୍ମୀ ,ଅଙ୍ଗନୱାଡ଼ି ପିଅନ , ଏମ ବି କେ ,ସି ଆର୍ ପି ମାନେ ନ ମାନି ଥିବାରୁ ନିଲମ୍ବିତ ହୋଇଥିବାର ପ୍ରମାଣ ଅଛି କିନ୍ତୁ ନିର୍ବାଚନ କମିଶନ ଗାଁ ସାଥି ଙ୍କ ବିରୁଦ୍ଧରେ କଣ ଆକ୍ସନ ନେବେ ତାହା ଆଲୋଚନା ଜୋର ଧରିଛି । ଗାଁ ସାଥି ରୋହିତ ବାଗ ଟୁକୁ ନି ସାହୁ ଙ୍କ ଜଣେ ପୁରୁଣା ଖିଲାଡ଼ି ହୋଇଥିବାରୁ ତାଙ୍କୁ ଘୋଡାଇ ଦେବେ ନାହିଁ ତ ବୋଲି ଚର୍ଚ୍ଚା ହେଉଛି ।

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ ଫା ଫାଷ୍ଟ ନ୍ୟୂଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ