ଗରିବ ପରିବାରକୁ କୁଲି କରିବା ହେଲା କାଳ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୮.୧୨.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ବି. ମାଳିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଚିଲିଗୁଡ଼ା ଗ୍ରାମର ଦିବାକର ହରିଜନ ( ୩୪ ) ଇଟା କାଟିବାକୁ ଯାଇ ମୃତ୍ୟୁ ଘଟିଛି ! ମୃତ ଯୁବକ ଦିବାକର ହରିଜନ ତାଙ୍କ ସ୍ତ୍ରୀ ଘାସିନୀ ହରିଜନ ଏବଂ ତାଙ୍କ ୪ ସାନ ପୁଅ ଝିଅଙ୍କୁ ସାଙ୍ଗରେ ଧରି ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଖେମାପୁର ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଗୁଡା ଗ୍ରାମରେ ଇଟା ମାରିବା ପାଇଁ ଯାଇଥିଲେ ! କିଛି ଦିନ ଧରି ଦିବାକର ଙ୍କୁ ଜ୍ଵର ଲାଗି ରହିବାରୁ ଶନିବାର ଦିନ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ! ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଶନିବାର ରାତି ତିନିଟା ସମୟ ରେ ମୃତ୍ୟୁ ହୋଇଥିଲା ! ମୃତ୍ୟୁ ପରେ ସ୍ୱର୍ଗରଥ ଗାଡ଼ି ଦ୍ଵାରା ମର ଶରୀରକୁ ନିଜ ଜନ୍ମମାଟି ଚିଲିଗୁଡା ଗ୍ରାମରେ ରବିବାର ୧୨ଟା ସମୟରେ ପହଞ୍ଚାଇ ଦେଇଥିଲେ ! ଦିବାକରଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଚାରି ପୁଅଝିଅ ଯଥା ସବିତା ( ୧୩ ), ସଞ୍ଜୟ ( ୧୧ ), କବିତା ( ୮ ) ଓ କାବେରୀ ( ୫ ) ! ପରିବାର ଭିତରେ କେବଳ ଦିବାକର ହିଁ ମୁଖ୍ୟ ରୋଜଗାରକ୍ଷମ ସଦସ୍ୟ ଥିଲେ ! ଏବେ ତାଙ୍କ ମୃତ୍ୟୁ ପରେ ସାନ ସାନ ପିଲାଛୁଆଙ୍କୁ ନେଇ କେମିତି ଭରଣପୋଷଣ କରିବେ ବୋଲି ସ୍ତ୍ରୀ ଘାସିନୀ ହତାଶ ହୋଇପଡ଼ିଛନ୍ତି ! ଗ୍ରାମବାସୀ ପରିବାରକୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ! ଏ ବିଷୟରେ ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ର ଦାସ ମହାନନ୍ଦିଆ ଜାଣିବା ପରେ ରେଡ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0