ଗଣଶିକ୍ଷା ମନ୍ତ୍ରୀଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଲାପଟପ ଓ ଛାତ୍ରବୃତ୍ତୀ ବଣ୍ଟନ ଆଗାମୀ ୩ବର୍ଷ ଭିତରେ ରାଜ୍ୟରେ ୪୫ହଜାର ଶିକ୍ଷକ ପଦବୀ ପୂରଣ ହେବ
ବାରିପଦା ତା ୨୮/୧୨(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ଶନିବାର ଠାକୁରମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଓ ଉଦଳା ଉପଖଣ୍ଡର ବିଶୋଳ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ବାରିପଦା ସର୍କିଟ ହାଉସ ଠାରେ ରାତ୍ରୀଯାପନ କରିଥିଲେ. ଆଜି ମୟୂରଭଞ୍ଜ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିବା ୭ ଜଣ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କୁ ଲାପଟପ ବଣ୍ଟନ କରିବା ସହ ଜଣଙ୍କୁ ୫୦ହଜାର ଟଙ୍କାର ବୃ୍ତ୍ତି ରାଶି ପ୍ରଦାନ କରିଛନ୍ତି. କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗଦେଇ ରାଜ୍ୟରେ ବିଜେପି ସରକାର ଆସିବା ପରେ ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡିକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି. ଶିକ୍ଷକ ଅଭାବ ପୂରଣ ପାଇଁ ସରକାର ପ୍ରୟାସ ଜାରି ରଖିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ୬୮ଜଣ ସିବିଜେଡ ଶିକ୍ଷକ ଓ ୬୩ ଜଣ ପିସିଏମ ଶିକ୍ଷକଙ୍କୁ ନିଯୁକ୍ତି ମିଳିସାରିଛି. ଆଗାମୀ ଦିନରେ ୩୦ଜଣ ଏଲଟିଆର ଶିକ୍ଷକ ଙ୍କୁ ନିଯୁକ୍ତି ଦେବାର ପ୍ରକ୍ରିୟା ସରିଥିବା ବେଳେ ଆଗାମୀ ୩ବର୍ଷ ଭିତରେ ରାଜ୍ୟରେ ୪୫ହଜାର ଶିକ୍ଷକ ପଦବୀ ସରକାର ପୁରଣ କରିବାକୁ ଯାଉଛନ୍ତି. ଛାତ୍ରଛାତ୍ରୀଙ୍କ ବୃତ୍ତିରାଶି ବୃଦ୍ଧି, ଆଦିବାସୀ ହଷ୍ଟେଲ ଗୁଡିକରେ ଅନ୍ତବାସୀଙ୍କ ବୃତ୍ତିରାଶି ବୃଦ୍ଧି, ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନାରେ ସାମିଲ, ଡ୍ରପଆଉଟ କୁ ଚେକ ଦେବାପାଇଁ ଚାଇଲ୍ଡ ଟ୍ରାକିଂ ଯୋଜନା ମାଧ୍ୟମରେ ଆସ ସ୍କୁଲ ଯିବା ଅଭିଯାନ ଆଦି କରାଯାଇଛି. ନିକଟରେ ମୂଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ଛାତ୍ରଛାତ୍ରୀ ମାଗଣାରେ ଯାତୟାତ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଛି ବୋଲି କହିଛନ୍ତି. ସରକାରଙ୍କ ଦ୍ବାରା ମାଗଣାରେ ମିଳୁଥିବା ଲାପଟପ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବେଶ ସହଯୋଗୀ ହେଇ ପାରିବ ବୋଲି ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ କହିଛନ୍ତି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0