।। ଗଞ୍ଜେଇ ବଝେଇ ଭ୍ୟାନ ସହ ୯ କୁଇଣ୍ଟାଲ୍ ରୁ ଉର୍ଦ୍ଧ ଗଞ୍ଜେଇ ଜବତ ଡ୍ରାଇଭର ଗିରଫ ।।

Jun 17, 2023 - 16:43
 0  37
।। ଗଞ୍ଜେଇ ବଝେଇ ଭ୍ୟାନ ସହ ୯ କୁଇଣ୍ଟାଲ୍ ରୁ ଉର୍ଦ୍ଧ ଗଞ୍ଜେଇ ଜବତ ଡ୍ରାଇଭର ଗିରଫ ।।

ବୈପାରିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଛଅ ଚକିଆ ଭ୍ୟାନ ଗାଡ଼ି ସହ ୯ କୁଇଣ୍ଟାଲ ୩୯ କିଲୋ ୮୦୦ ଗ୍ରାମ ଗଞ୍ଜେଇ ଧରିବାରେ ସଫଳ ହୋଇଛି ବୈପାରୀଗୁଡ଼ା ପୋଲିସ୍। ବୈପାରିଗୁଡ଼ା ଦୁର୍ଗମ ଅଞ୍ଚଳରେ ଆଗରୁ ସହ ସହ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କରିଥିବା ସତ୍ତ୍ବେ ମଧ୍ୟ ବୈପାରିଗୁଡ଼ା ଦୁର୍ଗମ ଅଞ୍ଚଳ ଦେଇ ବାହାର ରାଜ୍ୟକୁ ଗଞ୍ଜେଇ ଚରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଗତକାଲି ରାତିରେ ଗଞ୍ଜେଇ ଚାରା ଚାଲାଣ ହଉଥିବା ନେଇ ବୈପାରିଗୁଡ଼ା ଥାନା ଅଧିକାରୀ ଆଶ୍ୱିନ କୁମାର୍ ପଟ୍ଟନାୟକ କୌଣସି ସୁତ୍ରରୁ ଖବର ପାଇଥିଲେ । ଖବର ପାଇବା ପରେ ଥାନା ଅଧିକାରୀ ଆଶ୍ୱିନ କୁମାର୍ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଞ୍ଚି ବିଜେବେଡ଼ା ତିନିଶହ ଛବିସ୍ ନମ୍ୱର୍ ଜାତୀୟ ରାଜପଥରେ ପୋଲିସ୍ ପେଟ୍ରଲିଙ୍ଗ ପାଇଁ ବାହାରିଥିଲେ ।

ପେଟ୍ରଲିଙ୍ଗ କରୁଥିବା ବେଳେ ବିପରୀତ ଦିଗରୁ ଏକ ଛଅ ଚକିଆ ଭ୍ୟାନ୍ ଗାଡ଼ି ଦୃତ ଗତିରେ ଆସୁଥିବା ଦେଖି କୁର୍ଲୁ ନଦୀ ନିକଟରେ ଗାଡ଼ିକୁ ଅଟକାଇଥିଲେ । ଗାଡ଼ିକୁ ଅଟକାଇ ଯାଞ୍ଚ୍ କରିବା ପରେ ଗାଡ଼ି ଭିତରେ ବିପୁଳ ପରିମାଣର ଗଞ୍ଜେଇ ବସ୍ତା ଥିବା ଦେଖିବାକୁ ପାଇଥିଲେ। ପରେ ଗଞ୍ଜେଇ ଚାଲାଣ ଭ୍ୟାନକୁ ଜବତ୍ କରି ଡ୍ରାଇଭରକୁ ଥାନା ଆଣିଥିଲେ। ଫଳରେ ଗାଡ଼ି ଭିତରେ ଥିବା ଗଞ୍ଜେଇକୁ ବାହାର୍ କରି ଅଜନ କରିବା ପରେ ୯ କୁଇଣ୍ଟାଲ୍ ୩୯ କିଲ ୮୦୦ ଗ୍ରାମ ଗଞ୍ଜେଇ ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହବ ବୋଲି ଜଣା ପଡ଼ିଛି। ତେବେ ଗିରଫ ଡ୍ରାଇଭର ଅରୁଣଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ରହିଛି।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ