।। ଗଞ୍ଜେଇ ଚରା ଚାଲାଣ ଉଦ୍ୟମ ବେଳେ ମାଫିଆ ଗିରଫ 60 କିଲୋ ଗଞ୍ଜେଇ ଜବତ ।।

Sep 22, 2023 - 15:59
 0  31
।। ଗଞ୍ଜେଇ ଚରା ଚାଲାଣ ଉଦ୍ୟମ ବେଳେ ମାଫିଆ ଗିରଫ 60 କିଲୋ ଗଞ୍ଜେଇ ଜବତ ।।

ବୈପାରିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। 60 କିଲୋ ଗଞ୍ଜେଇ ସହ ଜଣେ ଯୁବକଙ୍କୁ ଗିରଫ କରିଛି ବୈପାରୀଗୁଡ଼ା ପୋଲିସ୍।

ସୂଚନା ମୁତାବକ ଗତ ୨୮ତାରିଖ ରାତିରେ ଗଞ୍ଜେଇ ଚରା ଚାଲାଣ ହଉଥିବା ନେଇ ବୈପାରିଗୁଡ଼ା ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ଶତପଥୀ କୌଣସି ବିଶେଷ ସୁତ୍ରରୁ ଖବର ପାଇ ଗଞ୍ଜେଇ ଚାଲାଣ ଉପରେ ଛଡାଉ କରିଥିଲେ । 60 କିଲୋ ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଯୁବକ ଜଣକ ବୈପାରିଗୁଡ଼ା ଥାନା ଦଶମନ୍ତପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେବଗୁଡ଼ା ଗ୍ରାମର ଉଦ୍ୟଖରାଙ୍କ ପୁଅ କାର୍ତ୍ତିକ ଖରା ବୋଲି ଜଣା ପଡ଼ିଛି।

କାର୍ତ୍ତିକ ଦୁଇଟି ଜରି ବସ୍ତରେ ଗଞ୍ଜେଇ ପେକ୍ କରି ଚାଲାଣ କରିବା ପାଇଁ ଗାଡ଼ିଆ ଜଡ଼ି ଛକ ନିକଟସ୍ଥ ବୁଦା ମୂଳେ ମାଫିଆଙ୍କ ଗାଡ଼ି ଜଗି ରହିଥିବା ବେଳେ ପୋଲିସ କବଜାରେ ଧରାପଡ଼ିଥିଲା। ଏ ନେଇ ଆଜି କାର୍ତ୍ତିକଙ୍କୁ କେଶ୍ ନମ୍ୱର୍ 202 U/S 20 NDPS ମାମଲାରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ରହିଛି।

 ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ