ଗଂଜେଇ କାରବାର ଉପରେ ଚଡାଉ, 6 ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

Jul 22, 2023 - 12:01
 0  41
ଗଂଜେଇ କାରବାର ଉପରେ ଚଡାଉ, 6 ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ନୂଆପଡା : ନୂଆପଡା ଓ ଖଡ଼ିଆଳ ଅବକାରୀ ବିଭାଗ ପକ୍ଷ୍ୟରୁ ଜ଼ିଲ୍ଲାର 3ଟି ସ୍ଥାନରେ ଚଡଉ କରି 71 କେଜି ଗଞ୍ଜେଇ ଜବତ କରାଯିବ ସହ 6 ଜଣଙ୍କୁ ଗିରଫ କରାଯାଇଛି l ନୂଆପଡା ଅବକାରୀ ବିଭାଗର ସଂଘମିତ୍ରା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବଣ୍ଡାପାଟ ଛକରେ ଚଡଉ କରି 25 କେଜି ଗଂଜେଇ ଜବତ କରିବା ସହ ସେଠାରୁ ରାଜସ୍ଥାନ ରାଜ୍ୟ ଅଜମେର ଜ଼ିଲ୍ଲା ପୁସ୍କର ଥାନାର ଲକ୍ଷ୍ମଣ (32), ନାଜର ଜ଼ିଲ୍ଲା ଗେlଟନ ଥାନା ଗଙ୍ଗାଦର ଗ୍ରାମର ସାରଦା (35)ଙ୍କୁ ଗିରଫ କରିଥିଲେ l ସେପରି କୋମନା ଥାନା ଛତାଛକଠାରେ ଚଡାଉ କରି 21 କେଜି ଗଞ୍ଜେଇ ଜବତ କରିବା ସହ କଳାହାଣ୍ଡି ଜ଼ିଲ୍ଲା ଆମପାଣି ଥାନା କଛାରପଡା ଗ୍ରାମର ସିମାଞ୍ଚଳ ନାଏକ (38) ଓ ଦେବରାଜ ନାଏକ (38)ଙ୍କୁ ଗିରଫ କରିଥିଲେ l ପରେ କୋମନା ଥାନା ଝଗ୍ରାହୀ ମୋଡେଲ ସ୍କୁଲ ଠାରେ ଚଡାଉ କରି 25 କେଜି ଗଞ୍ଜେଇ ଜବତ କରିବା ସହ ମଧ୍ୟପ୍ରଦେଶ ରାଜ୍ୟ ନର୍ମଦାପୁରମ ଜ଼ିଲ୍ଲା ଶ୍ରୀୟୁନେ ଥାନା ହିରାନାଗେଡା ଗ୍ରାମର ସଞ୍ଜୟ ରାଜବଂଶୀ (33) ନୂଆପଡା ଜ଼ିଲ୍ଲା କୋମନା ଥାନା ଛତା ଗ୍ରାମର ଭଗତରାମ ଜଗତ (40)କୁ ଗିରଫ କରିଥିଲେ l ମୋଟ 75 କେଜି ଗଞ୍ଜେଇ ଜବତ କରିବା ସହ ଏକ କାର (ଓଡି-01ଏଏ -6699)କୁ ଜବତ କରିଥିଲେ ପରେ ସମସ୍ଥ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବିଭlଗ ସୂତ୍ରରୁ ପକାଶ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ