ଖରିଆର ରୋଡ଼ ଏନ୍ ଏ ସି ଅଧ୍ୟକ୍ଷା ଡ଼ଃ. ସୋନିଆ ଗୋଲଡି ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ନିଜ ବାସ ଗୃହରେ ସ୍ବାଗତ କରି ପରିଷଦର ଉନ୍ନତି ପାଇଁ ବିଭିନ୍ନ ଦାବି ଉପସ୍ଥାପିତ କଲେ

Sep 21, 2025 - 19:14
 0  41
ଖରିଆର ରୋଡ଼ ଏନ୍ ଏ ସି ଅଧ୍ୟକ୍ଷା ଡ଼ଃ. ସୋନିଆ ଗୋଲଡି ଅଗ୍ରୱାଲ  ମୁଖ୍ୟମନ୍ତ୍ରୀଙ୍କୁ ନିଜ ବାସ ଗୃହରେ ସ୍ବାଗତ କରି ପରିଷଦର ଉନ୍ନତି ପାଇଁ ବିଭିନ୍ନ ଦାବି ଉପସ୍ଥାପିତ କଲେ

ଖରୀଆର ରୋଡ : ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ଖରିଆର ରୋଡ଼ ର ଅଧ୍ୟକ୍ଷା ଡ଼ଃ. ସୋନିଆ ଗୋଲଡି ଅଗ୍ରୱାଲ ତାଙ୍କ ବାସ ଗୃହ ରେ ସ୍ବାଗତ କରିବାର ସୁଯୋଗ ପାଇଥିଲେ। ଖରିଆର ରୋଡ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଏହା ଏକ ସୁନ୍ଦର ଅବସର ଥିଲା। ଅଧ୍ୟକ୍ଷା ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ନଗର ବିକାଶ ପାଇଁ ୬୫ କୋଟି ଟଙ୍କା ଅନୁଦାନ ଏବଂ ୨୨ଟି ପ୍ରମୁଖ ପ୍ରକଳ୍ପ ପ୍ରସ୍ତାବ ରଖିଥିଲେ। ସେଥିରେ ବିଶେଷଭାବେ ଜୋଙ୍କ ନଦୀରେ ଚେକ୍ ଡାମ୍ ନିର୍ମାଣ, ଏନ୍ ଏ ସି କୁ ମ୍ୟୁନିସିପାଲିଟି ର ମର୍ଯ୍ୟାଦା, ବାଇପାସ୍ ରୋଡ୍, +୨ କଲେଜ୍ ସ୍ଥାପନା, ଚୌପାଟି ନିର୍ମାଣ,ସହରର ଦୁଇ ପାର୍ଶ୍ୱରେ ଭବ୍ୟ ସ୍ବାଗତ ଦ୍ବାର, ବାସ ହରା ମାନଙ୍କ ପାଇଁ ଶେଲ୍ଟର୍ ହୋମ୍, ଗୋଶାଳା ନିର୍ମାଣ, ନୂଆ ସର୍ବସୁବିଧାଯୁକ୍ତ ଖେଳ ପଡିଆ, ୫୦୦ କ୍ଷମତା ବିଶିଷ୍ଟ ଅଡିଟୋରିୟମ୍ , ୨୦ ମି. ଉଚ୍ଚ ରାଷ୍ଟ୍ରୀୟ ପତାକା,ସ୍ମାର୍ଟ ପାର୍କ, ସ୍ବାଗତ ଦ୍ବାର,ମୋଡେଲ୍ ବଜାର୍ ଏବଂ ମିନି କୋଲ୍ଡ ଷ୍ଟୋରେଜ୍, ଏନ୍ ଏ ସି କର୍ମଚାରୀଙ୍କ ପାଇଁ ବାସଗୃହ,ଜୋଙ୍କ ଶାନ୍ତି ଉଦ୍ୟାନର ପୁନରୁଦ୍ଧାର,କୁରୁମୁଣ୍ଡା ଷ୍ଟେଡିୟମ୍ ଉନ୍ନତି,ନୂଆ ପବ୍ଲିକ୍ ଲାଇବ୍ରେରୀ, ସହର ସୌନ୍ଦର୍ଯ୍ୟକରଣ, ପୁରୁଣା ଏନ୍ ଏ ସି କାର୍ଯ୍ୟାଳୟରେ ନୂଆ ମାର୍କେଟ୍ କମ୍ପ୍ଲେକ୍ସ,ସମସ୍ତ ୧୯ ଟି ୱାର୍ଡରେ ରାସ୍ତା ଓ ନାଳୀ ନିର୍ମାଣ, ୩ ଟି ପୋଖରୀ ର ସ୍ମାର୍ଟ ବିକାଶ, ମିନି ଷ୍ଟେଡିୟମ୍ ଉନ୍ନତି, ଏନ୍ ଏ ସି ପରିସରରେ ଗେଷ୍ଟ୍ ହାଉସ, ହାଇଡ୍ରୋଲିକ୍ ଖନନ ମେସିନ୍, ବିଭିନ୍ନ ୱାର୍ଡରେ ନୂଆ ସ୍କୁଲ୍ ଭବନ, ଯୁବକମାନଙ୍କ ପାଇଁ ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟର୍, ନୂତନ ଆମ୍ବୁଲାନ୍ସ,ହାଇଡ୍ରୋଲିକ୍ ଚାପ ଯୁକ୍ତ ଅଳିଆ ଗାଡ଼ି, ଯନ୍ତ୍ରଚାଳିତ ସଫେଇ ମେସିନ୍ ଯୋଗାଣ ପାଇଁ ପ୍ରସ୍ତାବ ଦେଇ ଛନ୍ତି। ବର୍ତ୍ତମାନ ସହରରେ ଚାଲୁଥିବା ପ୍ରମୁଖ କାମ –ଅଟଳ ବସ୍ ସ୍ଟାଣ୍ଡ – ୨୭ କୋଟି,ଟର୍ଫ୍ କ୍ରିକେଟ୍ ଗ୍ରାଉଣ୍ଡ – ୧.୧୭ କୋଟି, ସ୍ୱିମିଙ୍ଗ ପୁଲ୍ – ୫୪ ଲକ୍ଷ (ଟେଣ୍ଡର୍ ପ୍ରକ୍ରିୟାରେ), ନୂଆ ପରିଷଦ ଭବନ ୩ କୋଟି (ଶୀଘ୍ର ଟେଣ୍ଡର୍ ହେବ)ଇତ୍ୟାଦି ପ୍ରକଳ୍ପ ରହିଛି। ଆଗାମୀ ଦିନରେ ଖରିଆର ରୋଡ୍ ସମଗ୍ର ଓଡିଶାରେ ଏକ ଅଗ୍ରଣୀ ସହର ଭାବେ ପରିଚିତ ହେବ ବୋଲି ଡ଼ଃ ଅଗ୍ରୱାଲ ମତ ଦେଇ ମୁଖ୍ୟମନ୍ତ୍ରୀ ତଥା ନଗରବାସୀଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରିଥିଲେ।

 ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ