ଖରିଆର ରୋଡରେ ଟ୍ରାଫିକ ପୋଷ୍ଟ ସେବା ଆରମ୍ଭ

Jul 17, 2023 - 12:00
 0  78
ଖରିଆର ରୋଡରେ  ଟ୍ରାଫିକ ପୋଷ୍ଟ ସେବା ଆରମ୍ଭ

ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖରିଆର ରୋଡରେ ବହୁ ପ୍ରତିକ୍ଷିତ ଟ୍ରାଫିକ ପୋଷ୍ଟ ସେବା ଆରମ୍ଭ ହୋଇଅଛି l ନଗରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଡି ଯାଇଥିବାବେଳେ ବହୁ ଦିନରୁ ଟ୍ରାଫିକ ବ୍ୟବସ୍ଥା ପାଇଁ ଜନସାଧାରଣଙ୍କ ଦାବୀ କରିଆସୁଥିଲେ l ନଗରରେ ଲୋକଙ୍କୁ ଯିବା ଆସିବlରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲାବେଳେ ଟ୍ରାଫିକ ବ୍ୟବସ୍ଥା ଦ୍ୱାରା ଭିଡ ନିୟନ୍ତ୍ରଣ ହେବା ସହ ଜାତୀୟ ରାଜପଥରେ ଦୁର୍ଘଟଣା ଏଡ଼ାଇ ଦିଆଯାଇପାରିବ। ଟ୍ରାଫିକ ନିୟମ ମୁତାବକ ଯାତାୟତ କରିବା ନେଇ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି। ଖରିଆର ରୋଡ ନଗରପାଳ ସୋନିଆ ଜୈନ, ଏହି କାର୍ଯ୍ୟକ୍ରମରେ ଖରିଆର ରୋଡ ଏନଏସିର କାର୍ଯନିର୍ବାହୀ ଅଧିକାରୀ କମଳାକାନ୍ତ ରଥ, ସାଂସଦ ପର୍ତିନିଧି ଗୋଲାଡି ଅଗ୍ରୱାଲ, ନାଗରିକ, ବୁଦ୍ଧିଜୀବୀ, ୱାର୍ଡ ସଭ୍ୟ ସଭ୍ୟା ମାନେ ଯୋଗ ଦେଇ ଟ୍ରାଫିକ ପୋଲିସ ସେବା ଆରମ୍ଭ କରିଛନ୍ତି। ଟ୍ରାଫିକ ପୋଲିସ ସେବା ଆରମ୍ଭ ନେଇ ନଗର ବାସୀ ତରଫରୁ ନୂଆପଡ଼ା ଆରକ୍ଷୀ ଅଧ୍ୟକ୍ଷକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ