।। ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ "ସ୍ବଚ୍ଛ ଭାରତ ଦିବସ" ପାଳିତ ।।

Oct 3, 2024 - 05:33
 0  29
।। ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ "ସ୍ବଚ୍ଛ ଭାରତ ଦିବସ" ପାଳିତ ।।

ନୁଆପଡା : 02/10/ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ "ସ୍ବଚ୍ଛ ଭାରତ ଦିବସ" ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଏକ ରାଲି ବାହାରି ସହର ପରିକ୍ରମା କରିଥିଲା l ସ୍ବଚ୍ଛ ଭାରତ ଦିବସ ପାଳନ କାର୍ଯ୍ୟକ୍ରମରେ ଖରିଆର ରୋଡ ପୌର ପରିଷଦ ଅଧ୍ୟକ୍ଷl ଡ଼ ସୋନିୟା ଜୈନ, କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳା ସନ ରଥ, କଳାହାଣ୍ଡି ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ, ପାର୍ଷଦ ସନ୍ଦୀପ ଶର୍ମା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗାଦାନ କରିଥିଲେ l ସ୍ବଚ୍ଛ ଭାରତ ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟ ସ୍ତର ରୁ ଛାତ୍ର ଛାତ୍ରୀ ମାନେ ସ୍ବଚ୍ଛତା ହିଁ ସେବା ର ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ ସେଥି ମଧ୍ୟରୁ ଉତୀର୍ଣ୍ଣ ହୋଇଥିବା 19 ଜଣ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବାବେଳେ ଏସ.ଏସ.ଜି ଗ୍ରୁପ ର ମହିଳା ସଦସ୍ୟା ମାନେ ଝୋଟି ପ୍ରତିଯୋଗୀତାରେ 5 ଜଣ ମହିଳା ଭାଗ ନେଇଥିଲେ ସେଥି ମଧ୍ୟରୁ 3 ଜଣ ପ୍ରଥମ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥବା ମହିଳାମାଙ୍କ ପ୍ରୁରସ୍କାର ପ୍ରଦାନ କରାଯାଇଥିଲା l ସ୍ଥାନୀୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ରୁ ସ୍ବଚ୍ଛତା ହିଁ ସେବା ର ଚିତ୍ର ପ୍ରଦର୍ଶନ କରିଥିଲେ ସେଥିମଧ୍ୟରୁ 19 ଗୋଟି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏହି ପରିପ୍ରେକ୍ଷୀରେ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ବୃନ୍ଦ ଏକାଠି ହୋଇ ମାରାଥନ ରାଲିରେ ଭାଗ ନେଇଥିଲେ l ଏହି ଅବସରରେ ସହର ମଧ୍ୟରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ସାର ଦୋକାନ ଏବଂ ଲୋକଙ୍କ ପାଇଁ କାମକୁ ଆସୁଥିବା ପୁରୁଣା ଲୁଗା, କପଡା ପାଇଁ ଦୋକାନ ଗୃହକୁ ଅଧ୍ୟକ୍ଷlଙ୍କ ଦ୍ୱାରା ଶୁଭ ଉଦ୍ଘାଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଝରଣୀ ବିଭାର, ସଂଯୁକ୍ତା ପଣ୍ଡା, ମଧୁସ୍ମିତା ମିଶ୍ର, ମକରଧ୍ଵଜ ମlଝି, କେ ସୁନୀଲ କୁମାର, ଅମୀୟ ଯୋଶୀ, ଦିଲୀପ କୁମାର ଦଣ୍ଡସେନା, ଅରୁଣ କୁମାର ବାରିମଲ୍ଲ, ଦୀପା ସେଠ, ଗୋବିନ୍ଦ ପଟେଲ, କିଶୋର ଯାଦବ, ଗନନ ସେନ, ଆମର ଛତ୍ରିଆ, ଟିକ୍ୱନୁ ଶଗଡ଼ିଆ, ରମେଶ ଚନ୍ଦ୍ର ବାଗ, ସୁନୀଲ ଜାଲ, ୟୋଗେଶ ଚୌହାନ, ବନ୍ଦନା ସେନ୍ଦେକର ଦୟାସାଗର ସେନ୍ଦେକର, ମୋହନ ଠାକୁର, ସଚିନ ସେନ୍ଦେକର ସମେତ ଏନଏସିର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ