ଖରିଆର ରୋଡ ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

Aug 31, 2024 - 18:51
 0  13
ଖରିଆର ରୋଡ ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ନୂଆପଡା : ଖରିଆର ରୋଡ ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଖରିଆର ରୋଡ ପୌର ପରିଷଦର ଅଧ୍ୟକ୍ଷା ଡ଼. ସୋନିୟା ଗୋଲଡି ଅଗ୍ରୱାଲ ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବରେ ଉପନଗରପାଳ ବଣ୍ଟି ଡାଗା, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳାସନ ରଥ, କଳାହାଣ୍ଡି ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ ପ୍ରମୁଖ ମଂଚାସୀନ ଥିଲେ l ସର୍ବ ପ୍ରଥମେ ନଗର ଅଧକ୍ଷା ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥବାବେଳେ ନଗର ବାସୀଙ୍କୁ ସ୍ୱାୟତ୍ତ ଶାସନ ଦିବସ ର ଶୁଭକାମନା ଜଣାଇବା ସହ ସହରବାସୀଙ୍କୁ ସ୍ଵଚ୍ଚ ପରିବେଶ ସହ ସ୍ଵଛ ସହର ଗଢି ତୋଳିବା ପାଇଁ ନିଜ ଭାଷଣରେ ଆହ୍ୱାନ ଦେଇଥିଲେ l ପରେ ଛାତ୍ରୀ ଛାତ୍ରୀ ମାନେ ପରେଡରେ ଭାଗନେଥିଲାବେଳେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଏନଏସିର ସମସ୍ତ କର୍ମଚାରୀ ଏବଂ ନଗରବାସୀ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ